ଘରେ ପାଠ ପଢ଼ୁଥିବା ବେଳେ ନାବାଳକକୁ ହତ୍ୟା

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଘରେ ପଢୁଥିବା ବେଳେ ନାବାଳକକୁ କେହି ଜଣେ ଛୁରାମାଡ କରି ହତ୍ୟା କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉଦବେଗ ସୃଷ୍ଟି କରିଛି। ପ୍ରାଣ ହରାଇଥିବା ନାବାଳକ ଜଣକ ହେଉଛନ୍ତି ଶୁଭମ ସ୍ୱରୂପ ପାଲଟାସିଂ । ସେ ଶିକ୍ଷକ ମନୋଜ କୁମାର ପାଲ୍‌ଟାସିଂଙ୍କ ପୁଅ । ଶୁଭମ୍‌ ଜଣେ ମେଧାବୀ ଛାତ୍ର ଥିଲେ। ସେ ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ଆସନ୍ତାକାଲି ଶୁଭମଙ୍କ ପରୀକ୍ଷା ଥିଲା। ତେଣୁ ସେ ଆଜି ସନ୍ଧ୍ୟା ବେଳେ ଘରର ତଳ ମହଲାରେ ଥିବା ଏକ ରୁମରେ ଏକାକୀ ବସି ପାଠ ପଢ଼ୁଥିଲେ। ଉପର ମହଲାରେ ଶୁଭମଙ୍କ ବାପା ଓ ଭଉଣୀ ଟ୍ୟୁସନ୍‌ କରୁଥିଲେ। ପଢୁଥିବା ବେଳେ କେହି ଜଣେ ଯୁବକ ଘରେ ପଶି ଶୁଭମଙ୍କ ବେକ କାଟି ଦେଇଥିଲା । କିଏ ଓ କାହିଁକି ଶୁଭମଙ୍କୁ ହତ୍ୟା କଲା, ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟା ଘଟଣାର ସବୁ ଦିଗରୁ ତଦନ୍ତ ହେବ ବୋଲି ଏସିପି ପ୍ରଦୀପ ରାଉତ କହିଛନ୍ତି।

ଘଟଣାର ତଦନ୍ତ ପାଇଁ ବିଭିନ୍ନ ଟିମ୍‌ ଗଠନ ହୋଇଛି । ସାଇଣ୍ଟିଫିକ୍ ଟିମ୍‌ର ମଧ୍ୟ ସହାୟତା ନିଆଯାଉଛି । ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ଏସିପି କହିଛନ୍ତି।

Comments are closed.