ଅବକାରୀ ଦୁର୍ନୀତି ମାମଲା: ଇଡି ନୋଟିସକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଇଡି ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେରା କରିବ। ତେବେ ଇଡିରେ ହାଜର ହେବା ପୂର୍ବରୁ କେଜ୍ରିୱାଲ ଏହି କେନ୍ଦ୍ରୀୟ ସଂସ୍ଥା ପଠାଇଥିବା ନୋଟିସର ଜବାବ ଦେଇଛନ୍ତି । ଏହି ନୋଟିସ୍ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ମୁଁ ଯେପରି ଚାରିଟି ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଯାଇପାରିବି ନାହିଁ ତାହା ନିଶ୍ଚିତ କରିବାକୁ ବିଜେପିର ନିର୍ଦ୍ଦେଶରେ ଏହି ନୋଟିସ୍ ପଠାଯାଇଛି । ଇଡି ଏହି ନୋଟିସ୍ ପ୍ରତ୍ୟାହାର କରିବା ଉଚିତ୍ ବୋଲି କହିଛନ୍ତି କେଜ୍ରିୱାଲ ।

ଅକ୍ଟୋବର ୩୦ରେ କେଜ୍ରିୱାଲଙ୍କୁ ସମନ୍ ଜାରି କରିଥିଲା ଇଡି । ଏହି ମାମଲାରେ ସିବିଆଇ ଏପ୍ରିଲରେ କେଜ୍ରିୱାଲଙ୍କୁ ପ୍ରାୟ ସାଢ଼େ ୯ ଘଣ୍ଟା ଜେରା କରିଥିଲା। ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ସାଂସଦ ସଞ୍ଜୟ ସିଂହ ଜେଲରେ ଅଛନ୍ତି। ଆଜି କେଜ୍ରିୱାଲଙ୍କୁ ଇଡି ଗିରଫ କରିପାରେ ବୋଲି ଆପ୍ ଆଶଙ୍କା ପ୍ରକାଶ କରିଛି ।

Comments are closed.