ଆୟଠୁ ଅଧିକ ସମ୍ପତ୍ତି ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ସାଲେପୁର ସବଡିଭିଜନ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଅର୍ଜୁନ କୁମାର ସାହୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ଆଜି ଖୋର୍ଦ୍ଧା କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

ସୂଚନା ଅନୁସାରେ ଭୁବନେଶ୍ୱର ଖଣ୍ଡଗିରି ବିହାର ସ୍ଥିତ ସହକାରୀ ଯନ୍ତ୍ରୀଙ୍କ ତିନି ମହଲା କୋଠା, କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ସଦାନନ୍ଦପୁର ଗାଁରେ ଥିବା ଦୁଇ ମହଲା ଘର, କେନ୍ଦ୍ରାପଡା ବଳରାମପୁରରେ ଥିବା ଭଡ଼ା ଘର, ସାଲେପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ଅଫିସରେ ଥିବା ସହକାରୀ ଯନ୍ତ୍ରୀଙ୍କ ପ୍ରକୋଷ୍ଠ, ସରକାରୀ କ୍ୱାର୍ଟର, କେନ୍ଦ୍ରାପଡା ଜିଲ୍ଲା ରାଇପୁରରେ ସମ୍ପର୍କୀୟଙ୍କ ଘର ଓ କେନ୍ଦ୍ରାପଡା ବଡ଼ହାଟ ସ୍ଥିତ ତାଙ୍କ ନିକଟତମ ସହଯୋଗୀ କୁମାର ବେହେରାଙ୍କ ଘର, କେନ୍ଦ୍ରାପଡା ଜିଲ୍ଲା କୃଷି କାର୍ଯ୍ୟାଳୟ ନିକଟରେ ଥିବା ସହକାରୀ ଯନ୍ତ୍ରୀଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀଙ୍କ ଭଡା ଘରେ ଏକକାଳୀନ ଚଢ଼ାଉ କରାଯାଇଛି।

Comments are closed.