ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି ନେଇ ମୁଖ୍ୟ ପ୍ରଶାସକଙ୍କ ସୂଚନା

ଭୁବନେଶ୍ୱର – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ନେଇ ଆଜି ନୀତି ସବ୍ କମିଟି ବୈଠକରେ ଆଲୋଚନା ହୋଇଛି । ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ ପୁଣି ଆଲୋଚନା ହେବ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ନେଇ କମିଟିର ଅନୁମୋଦନ ପରେ ସରକାରଙ୍କ ସ୍ୱୀକୃତି ପାଇଁ ପଠାଯିବ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମୋଟ ୭ ଦିନର କାର୍ଯ୍ୟକ୍ରମ ରହିଛି । ଏହା ମଧ୍ୟରୁ ୩ ଦିନ ଯଜ୍ଞ ହେବ । ଜାନୁଆରୀ ୧୫, ୧୬ ଓ ୧୭ ତାରିଖରେ ଯଜ୍ଞ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଐଶାନ୍ୟ କୋଣରେ ଯଜ୍ଞସ୍ଥଳ ହେବ । ସବୁ ଦ୍ବାରରେ ବେଦ ପରାୟଣ ଯଜ୍ଞ ଆୟୋଜନ କରାଯିବ। ଏହାସହ ନାମ ସଂକୀର୍ତ୍ତନ ପାଇଁ ବ୍ୟାପକ ଆୟୋଜନ ହେବ ।

ପରିକ୍ରମା ପ୍ରକଳ୍ପ ଏକ ଡାଇନାମିକ୍‌ ପ୍ରୋଜେକ୍ଟ, ଏହାର ଶେଷ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Comments are closed.