ବିବାଦ ଯୋଗୁଁ ନିଜ ଆତ୍ମଜୀବନୀ ପ୍ରକାଶନ ସ୍ଥଗିତ ରଖିଲେ ଇସ୍ରୋ ମୁଖ୍ୟ ସୋମନାଥ

ଥିରୁଭନନ୍ତପୁରମ: ବିବାଦ ଯୋଗୁଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ତାଙ୍କ ଆତ୍ମଜୀବନୀ ‘ନୀଲାଭୁ କୁଡିଚା ସିହଂଙ୍ଗଲ’ (ଚନ୍ଦ୍ରକୁ ଗ୍ରାସ କରିଥିବା ସିଂହ)ର ପ୍ରକାଶନ ସ୍ଥଗିତ ରଖିଛନ୍ତି । ଇସ୍ରୋର ପୂର୍ବତନ ମୁଖ୍ୟ କେ ଶିବନଙ୍କ ତାଙ୍କର ପଦୋନ୍ନତି ରୋକିଥିଲେ ବୋଲି ତାଙ୍କର ଏହି ଆତ୍ମଜୀବନୀରେ ଅଭିଯୋଗ କରିଥିଲେ । ମୁଁ ସଂଗଠନର ମୁଖ୍ୟ ହୁଏ ବୋଲି ଶିବନ ଚାହୁଁନଥିଲେ ବୋଲି ସୋମନାଥ କହିଥିଲେ ‌। ଏହାକୁ ନେଇ ବିବାଦ ଉପୁଜିଥିଲା।

ରିପୋର୍ଟ ଅନୁଯାୟୀ, ସୋମନାଥ ତାଙ୍କ ପୁସ୍ତକରେ ଚନ୍ଦ୍ରଯାନ-୨ର ବିଫଳତା ନେଇ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ତରବରିଆ ଭାବେ ଲଞ୍ଚ କରାଯିବାରୁ ଚନ୍ଦ୍ରଯାନ-୨ ବିଫଳ ହୋଇଥିଲା । ସମସ୍ତ ପରୀକ୍ଷା ଯାହା ମିଶନ ପୂର୍ବରୁ କରାଯିବା ଉଚିତ୍ ଥିଲା ତାହା ହୋଇନଥିଲା | ସଫ୍ଟୱେର ତ୍ରୁଟି ଯୋଗୁଁ ଚନ୍ଦ୍ରଯାନ-୨ ଅସଫଳ ହୋଇଥିଲା ବୋଲି ସୋମନାଥ ତାଙ୍କ ଆତ୍ମଜୀବନୀରେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଚନ୍ଦ୍ରଯାନ-୨ ଲଞ୍ଚ ବେଳେ ଶିବନ ଇସ୍ରୋର ଅଧ୍ୟକ୍ଷ ଥିଲେ ।

ତାଙ୍କ ଆତ୍ମଜୀବନୀକୁ ନେଇ ବିବାଦ ପରେ ସୋମନାଥ କହିଛନ୍ତି, ମୁଁ ଏଥିରେ ମୋ ଜୀବନର ଚ୍ୟାଲେଞ୍ଜ ବିଷୟରେ ଲେଖିଛି। କାହା ଉପରେ ବ୍ୟକ୍ତିଗତ ମନ୍ତବ୍ୟ ଦେଇନାହିଁ । ମୁଁ କୌଣସି ବ୍ୟକ୍ତିଙ୍କ ବିରୋଧରେ ନାହିଁ।

ସୋମନାଥଙ୍କ ନେତୃତ୍ୱରେ ଚନ୍ଦ୍ରଯାନ-୩ ମିଶନ ଆରମ୍ଭ କରାଯାଇଥିଲା ଏବଂ ଏହା ସଫଳ ହୋଇଥିଲା।

Comments are closed.