ଆଜିଠୁ ଝାରସୁଗୁଡ଼ା – କୋଲକାତା ବିମାନ ସେବା, କାଲିଠୁ ଭୁବନେଶ୍ୱର-ଜୟପୁର ଦ୍ୱିତୀୟ ବିମାନ ଚଳାଚଳ

ଭୁବନେଶ୍ୱର – ଆଜି ଝାରସୁଗୁଡ଼ାରୁ କୋଲକାତାକୁ ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ସନ୍ଧ୍ୟା ୫ଟା ୫୦ରେ କୋଲକାତାରୁ ବିମାନ ବାହାରି ସଂଧ୍ୟା ୭ଟା ୨୫ରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବ । ରାତି ୯ଟା ୨୦ମିନିଟରେ କୋଲକାତା ଅଭିମୁଖେ ଝାରସୁଗୁଡ଼ାରୁ ବିମାନ ଉଡିବ ।

ଏଣେ ଆସନ୍ତାକାଲିଠାରୁ ଭୁବନେଶ୍ୱର – ଜୟପୁର (କୋରାପୁଟ) ମଧ୍ୟରେ ଦ୍ୱିତୀୟ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ବିମାନ ସେବା ଆଦୃତ ହେଉଥିବାରୁ ଇଣ୍ଡିଆ ୱାନ ଏୟାର ସଂସ୍ଥା ପକ୍ଷରୁ ଏହି ରୁଟରେ ଦ୍ୱିତୀୟ ବିମାନ ଚଳାଚଳ କାଲିଠୁ ଆରମ୍ଭ ହେବ । ପ୍ରତି ସୋମବାର ଓ ଶୁକ୍ରବାର ଏହି ବିମାନ ଚଳାଚଳ କରିବ।

Comments are closed.