ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ବ୍ୟାପକ ଭଙ୍ଗାରୁଜା

ବରଗଡ଼ – ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ଭଙ୍ଗାରୁଜା ଓ ହଙ୍ଗାମା ହୋଇଛି। ଆଜି ୨୫ରୁ ୩୦ ଜଣ ଯୁବକ ଅମ୍ୱାଭୋନା ଥାନା ତାମଦେଇଠାରେ ପିକ୍‌ନିକ୍‌ କରୁଥିଲେ। ସେଠାରେ ନିଶା କାରବାର ହେଉଥିବା ସନ୍ଦେହ କରି ଅମ୍ୱାଭୋନା ଥାନା ପୋଲିସ୍‌ ଚଢ଼ଉ କରିଥିଲା। ମାତ୍ର କୌଣସି ମାଦକ ଦ୍ରବ୍ୟ ପାଇନଥିଲା। ଏହାକୁ ନେଇ ଉଭୟ ପକ୍ଷଙ୍କ ଭିତରେ କଥା କଟାକଟି ହୋଇଥିଲା। ପରେ ପୋଲିସ୍‌ ସେଠାରୁ ପଳାଇ ଯାଇଥିଲା। ଅପରାହ୍ନରେ ୩୦ରୁ ଅଧିକ ଯୁବକ ବାଇକ୍‌ରେ ଆସି ଥାନା ଭିତରେ ପଶି ଭଙ୍ଗାରୁଜା କରିଥିଲେ। ଟେବୁଲ୍‌ ଓ ଚେୟାର ଫିଙ୍ଗା ଫିଙ୍ଗି କରିଥିଲେ। ଝରକା ଓ କବାଟ କାଚ ଭାଙ୍ଗିଥିଲେ। ଯୁବକମାନଙ୍କ ଉଗ୍ର ରୂପ ଦେଖି କର୍ମଚାରୀମାନେ ଥାନା ଛାଡ଼ି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଭଙ୍ଗାରୁଜା କରିବା ପରେ ଯୁବକମାନେ ଥାନା ଛାଡ଼ି ପଳାଇ ଯାଇଥିଲେ। ବରଗଡ଼ ଏସପି ଓ ଏସ୍‌ଡିପିଓ ଥାନାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ହେଲେ ଥାନାରେ ଭଙ୍ଗାରୁଜା କରିଥିବା ଯୁବକମାନଙ୍କ ପତ୍ତା ମିଳୁନାହିଁ।

Comments are closed.