ଭୁବନେଶ୍ୱର- ଜୟପୁର ଦ୍ୱିତୀୟ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର – ଆଜିଠାରୁ ଭୁବନେଶ୍ୱରରୁ କୋରାପୁଟ ଜିଲ୍ଳା ଜୟପୁରକୁ ସିଧାସଳଖ ଦ୍ୱିତୀୟ ବିମାନ ଚଳାଚଳ ଆରମ୍ଭ କରିଛି । ସପ୍ତାହକୁ ସୋମବାର ଓ ଶୁକ୍ରବାର ଦିନ ଇଣ୍ଡିଆ ୱାନ୍ ବିମାନ ସଂସ୍ଥା ପକ୍ଷରୁ ବିମାନ ଚଳାଚଳ କରିବ। ବିମାନଟି ଭୁବନେଶ୍ୱରରୁ ସକାଳ ୭ଟାରେ ଛାଡ଼ି ଜୟପୁରରେ ୮ଟା ୪୫ ମିନିଟରେ ପହଞ୍ଚିବ। ୯ ଘଣ୍ଟା ପରେ ଜୟପୁରରୁ ବାହାରି ଭୁବନେଶ୍ୱର ଆସିବ।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା। ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଚଳାଚଳର ଶୁଭାରମ୍ଭ କରିଥିଲେ।

Comments are closed.