ନେପାଳରେ ପୁଣି ଭୂକମ୍ପ, ଉତ୍ତର ଭାରତରେ ଝଟକା ଅନୁଭୂତ 

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ମୁତାବକ, ସୋମବାର ଅପରାହ୍ନ ୪.୧୬ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ବି ନେପାଳ ଥିଲା। ଏହି ଭୂକମ୍ପର ତୀବ୍ରତା ୫.୬ ଥିଲା ବୋଲି କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୪ ତାରିଖ ରାତି ୧୧.୪୭ରେ ନେପାଳରେ ୬.୪ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ୧୫୦ରୁ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ୩୦୦ରୁ ଅଧିକ ଆହତ ହୋଇଥିଲେ । ଦିଲ୍ଲୀ ସମେତ ଉତ୍ତର ଭାରତରେ ମଧ୍ୟ ସେହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା।

Comments are closed.