ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ

ନୂଆଦିଲ୍ଲୀ: ବିଶ୍ୱକପରେ ସୋମବାର ଏକ ମ୍ୟାଚରେ ବାଂଲାଦେଶ ୩ ୱିକେଟରେ ଶ୍ରୀଲଙ୍କାକୁ ହରାଇଛି । ବିଶ୍ୱକପରେ ପ୍ରଥମ ଥର ପାଇଁ ବାଂଲାଦେଶ ଠାରୁ ହାରିଛି ଶ୍ରୀଲଙ୍କା।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା, ଚରିତ୍ ଅସାଲଙ୍କାଙ୍କ ଶତକ ବଳରେ ୪୯.୩ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୨୭୯ ରନ୍ କରିଥିଲା। ଜବାବରେ ବାଂଲାଦେଶ ମାତ୍ର ୪୧.୧ ଓଭରରେ ୭ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା ।

ବାଂଲାଦେଶ ତରଫରୁ କ୍ୟାପଟେନ୍ ସକିବ୍ ଅଲ୍ ହସନ୍ ୮୨ ରନ୍ ଏବଂ ନାଜମୁଲ ହାସନ ଶାନ୍ତୋ ୯୦ ରନର ପାଳି ଖେଳିଥିଲେ। ତୃତୀୟ ଓ୍ବିକେଟ୍ ପାଇଁ ଉଭୟ ୧୪୯ ବଲରେ ୧୬୯ ରନର ଭାଗିଦାରୀ କରିଥିଲେ।

ପୂର୍ବରୁ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିବା ବାଂଲାଦେଶର ଚଳିତ ବିଶ୍ୱକପରେ ଏହା କେବଳ ଦ୍ବିତୀୟ ବିଜୟ। ଦଳ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଶ୍ରୀଲଙ୍କା ୮ଟି ମ୍ୟାଚରୁ ଷଷ୍ଠ ପରାଜୟ ସହ ଅଷ୍ଟମ ସ୍ଥାନକୁ ଖସିଛି। ଏହି ପରାଜୟ ସହ ଦଳର ସେମିଫାଇନାଲ ଆଶା ମଧ୍ୟ ଧୂଳିସାତ୍ ହୋଇଛି ।

ପୂର୍ବରୁ ଶ୍ରୀଲଙ୍କା ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୪୯.୩ ଓଭରରେ ୨୭୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ‌। ଦଳ‌ ପକ୍ଷରୁ ଚରିଥ ଆସାଲଙ୍କା ୧୦୮ ରନର ଶତକୀୟ ଇନିଂସ ଖେଳିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ଦ୍ୱିତୀୟ ଶତକ ଳ | ଓପନର୍ ପୃଥମ୍ ନିସଙ୍କା ଏବଂ ସାଦିରା ସମରବିକ୍ରମା ୪୧-୪୧ ରନ୍ କରିଥିଲେ। ଆଞ୍ଜେଲୋ ମାଥ୍ୟୁସ୍ ‘ଟାଇମ୍ ଆଉଟ୍’ ହୋଇଥିଲେ | ନିୟମାନୁଯାୟୀ ଗୋଟିଏ ଓ୍ବିକେଟ୍ ପଡ଼ିବା ପରେ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ଦୁଇ ମିନିଟ୍ ମଧ୍ୟରେ ଷ୍ଟ୍ରାଇକ୍ ନେବାକୁ ପଡ଼ିବ। ହେଲେ ମାଥ୍ୟୁସ୍ ସାଥୀ ଖେଳାଳି ସାଦିରା ସମରବିକ୍ରମା ଆଉଟ୍ ହେବା ପରେ ଠିକ୍ ସମୟରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ମଧ୍ୟ ତାଙ୍କ ହେଲମେଟରେ ସମସ୍ୟା ଯୋଗୁଁ ଷ୍ଟ୍ରାଇକ୍ ନେବାରେ ବିଳମ୍ବ କରିଥିଲେ । ନିର୍ଦ୍ଧାରିତ ଦୁଇ ମିନିଟରୁ ଅଧିକ ସମୟ ନେବାରୁ ମାଥ୍ୟୁସଙ୍କ ବିରୋଧରେ ବାଂଲାଦେଶ ଅଧିନାୟକ ସକିବ ଅଲ୍ ହସନ୍ ‘ଟାଇମ୍ ଆଉଟ୍’ ଅପିଲ କରିଥିଲେ । ଫଳରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ମାଥ୍ୟୁସ୍ ଏଭଳି ଆଉଟ୍ ହୋଇଥିଲେ । ଏହାକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା ।

ବାଂଲାଦେଶ ପାଇଁ ତାନଜିମ ହାସନ ଶାକିବ ୩ଟି ୱିକେଟ୍ ନେଇଥିଲେ। ଶୋରିଫୁଲ ଇସଲାମ ତଥା ଅଧିନାୟକ ଶାକିବ ଅଲ ହାସନ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

Comments are closed.