ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗର ଜନସ୍ୱାସ୍ଥ୍ୟ ସୁପରିଂଟେଣ୍ଡିଂ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ 

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଜନସ୍ୱାସ୍ଥ୍ୟ ଡିଭିଜନର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସୁପରିଂଟେଣ୍ଡିଂ ଇଞ୍ଜିନିୟର ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ବିଭିନ୍ନ ଠିକଣାରେ ଆଜି ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ। ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୭ ଜଣ ଡିଏସପି, ୫ ଇନ୍ସପେକ୍ଟର, ୮ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ଭୁବନେଶ୍ବର ଓ ଭଦ୍ରକର ୬ଟି ସ୍ଥାନରେ ଚଢ଼ଉ କରିଛନ୍ତି।

ସୂଚନା ଅନୁସାରେ ଭିଜିଲାନ୍ସ ଟିମ୍ ଭୁବନେଶ୍ବର ଭିଏସଏସ ନଗରରେ ଥିବା ଇଞ୍ଜିନିୟରଙ୍କ ଦୁଇ ମହଲା କୋଠା, ରୁଦ୍ରପୁରରେ ଆସୋଟେକ୍ ଥିବା ଫ୍ଲାଟ୍, ଭଦ୍ରକ ମଠସାହିରେ ଥିବା ଘର, ଭଦ୍ରକ ତୋରଣପଡା ଗାଁରେ ଥିବା ପୈତୃକ ଗାଁ, ଭୁବନେଶ୍ବର ଭିଏସଏସ ନଗରରେ ଥିବା ସମ୍ପର୍କୀୟଙ୍କ ଘର, ଇଞ୍ଜିନିୟରଙ୍କ ଅଫିସ ଚାମ୍ବରରେ ଭିଜିଲାନ୍ସ ଚଢ଼ାଉ ଚାଲିଛି ।

Comments are closed.