ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂହ

ଭୁବନେଶ୍ୱର – ଉପବାଚସ୍ପତି ପଦରୁ ଆଜି ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ। ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଅନୁଗୋଳ ବିଧାନ ସଭା ନିର୍ବାଚନମଣ୍ଡଳୀରୁ ଚାରିଥର ନିର୍ବାଚିତ ହୋଇଥିଲେ ରଜନୀକାନ୍ତ ସିଂହ । ୨୦୦୪ରୁ ସେ ବିଧାନସଭାର ସଦସ୍ୟ ରହିଆସିଛନ୍ତି। ୨୦୧୯ ଜୁନ ମାସରେ ସେ ବିଧାନସଭାର ଉପବାଚସ୍ପତି ନିର୍ବାଚିତ ହୋଇଥିଲେ।

Comments are closed.