ମହିଳା ଜୁନିୟର ବିଶ୍ୱକପ୍ ହକି ପାଇଁ ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ୫ ଖେଳାଳି

ଭୁବନେଶ୍ୱର – ଚଳିତ ମାସ ୨୯ ତାରିଖରୁ ଚିଲିର ସାଣ୍ଟିଆଗୋରେ ହେବାକୁ ଥିବା ମହିଳା ଜୁନିୟର ବିଶ୍ୱକପ୍ ହକି ପାଇଁ ଭାରତୀୟ ଦଳ ଚୟନ ହୋଇଛି। ୧୮ ଜଣିଆ ଦଳରେ ଓଡ଼ିଶାର ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଜ୍ୟୋତି ଛତ୍ରୀ ( ମିଡ୍ ଫିଲଡର ), ଦିପି ମୋନିକା ଟପ୍ପୋ ( ଫରୱାର୍ଡ ), ସୁନେଲିତା ଟପ୍ପୋ ( ଫରୱାର୍ଡ) ମାଧୁରୀ କିଣ୍ଡୋ ( ଗୋଲ୍ କିପର ) ଓ ସୁଜାତା କୁଜୁର ( ମିଡ୍ ଫିଲଡର ) ।

ଘୋଷିତ ୧୮ ଜଣିଆ ଦଳର ଅଧିନାୟିକା ଭାବେ ପ୍ରୀତିଙ୍କୁ ମନୋନୀତ କରାଯାଇଛି।

Comments are closed.