କୋରାପୁଟ ଯୋଡିମାଦେଲି ଘାଟିରୁ ଖସିପଡିଲା କାର୍, ୩ ମୃତ

କୋରାପୁଟ – କୋରାପୁଟ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ‌ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପଟ୍ଟାଙ୍ଗୀ ଥାନା ଯୋଡିମାଦେଲି ଘାଟିରେ ଘଟିଛି ଦୁର୍ଘଟଣା । ଛତିଶଗଡ଼ରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ କାର୍ ଘାଟି ତଳକୁ ଖସିପଡିବାରୁ ଏଥିରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ଭର୍ତ୍ତି କରାଯାଇଛି। ମୃତାହତଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଛାନଭିନ ଜାରି ରଖିଛି ।

Comments are closed.