ରାଜ୍ୟରେ ଆଉ ୬୪୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୭୨ ଜଣ ଶିଶୁ ଓ କିଶୋର

ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ କୋରୋନା ସଂକ୍ରମଣ ୬ ଶହ ଉପରେ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୪୪ ଜଣ ନୂଆ ଆକ୍ରାନ୍ତ । ୭୨ ଜଣ ଶିଶୁ ଓ କିଶୋର ମଧ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି । ସଙ୍ଗରୋଧରୁ ୩୭୫ ଓ ସ୍ଥାନୀୟ ଅଞ୍ଚଳରୁ ୨୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩, କଟକରୁ ୭୭, ବାଲେଶ୍ୱରରୁ ୩୪, ଜଗତସିଂହପୁରରୁ ୨୮, ପୁରୀରୁ ୨୨, ଯାଜପୁରରୁ ୨୦, ମୟୂରଭଞ୍ଜରୁ ୧୫, ଅନୁଗୁଳରୁ ୧୪, ସୁନ୍ଦରଗଡରୁ ୧୩, କେନ୍ଦ୍ରାପଡାରୁ ୧୧, ସମ୍ବଲପୁରରୁ ୧୦, ଭଦ୍ରକରୁ ୭, ଢେଙ୍କାନାଳରୁୁ ୬, ଗଞ୍ଜାମରୁ ୬, ନୟାଗଡରୁ ୬, ବଲାଙ୍ଗିରରୁ ୫, ଝାରସୁଗୁଡାରୁ ୫, ମାଲକାନଗିରିରୁ ୫, ଦେବଗଡରୁ ୪, ରାୟଗଡାରୁ ୨, ଗଜପତିରୁ ୧, କନ୍ଧମାଳରୁ ୧, ସୁବର୍ଣ୍ଣପୁରରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏ ଯାବତ ୧୦ ଲକ୍ଷ ୨୨ ହଜାର ୫୯୪ ଜଣ କୋରୋନା ପଜିଟିଭ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୮ ହଜାର ୬୭୧ ସୁସ୍ଥ ହୋଇସାରିଛନ୍ତି । ୫ ହଜାର ୭୧୩ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।

Comments are closed.