ଆଖି ବୁଝିଲେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେ.ପି ଦାସ

ଭୁବନେଶ୍ୱର – ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେ.ପି. ଦାସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଆଖି ବୁଜିଛନ୍ତି ଡାକ୍ତର ଦାସ ।ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ପୀଡ଼ିତ ଥିଲେ । ଡାକ୍ତର ଦାସ ଏସସିବି ମେଡିକାଲରେ ହୃଦରୋଗ ବିଭାଗ ମୁଖ୍ୟ ଭାବେ କାମ କରିଥିଲେ ।

ହୃଦରୋଗ ଚିକିତ୍ସା କ୍ଷେତ୍ରରେ ଜେପି ଦାସଙ୍କ ବିଶେଷ ଅବଦାନ ଥିଲା। ଓଡ଼ିଶାରେ ହୃଦରୋଗ ଚିକିତ୍ସାର ପିତାମହ ରୂପେ ପରିଚିତ ଡ. ଜେପି ଦାସ ୧୯୭୦ ମସିହାରେ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜରେ ହୃଦରୋଗ ବିଭାଗ ପ୍ରତିଷ୍ଠା କରିବା ସହ ସେଠାରେ ପ୍ରଥମ ପ୍ରଫେସର ରୂପେ କାର୍ଯ୍ୟନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ

ଭିତରେ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜରେ ପ୍ରଥମ ଆଇସିୟୁ ପ୍ରତିଷ୍ଠା ହେବା ସହ ଶରୀରରେ ପେସମେକର୍‌ ଖଞ୍ଜିବା କାମ ଆରମ୍ଭ ହୋଇଥିଲା। ତାଙ୍କରି କାର୍ଯ୍ୟକାଳ ସମୟରେ ହିଁ ପ୍ରଥମ କରି ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜରେ ଡିଏମ (କାର୍ଡିଓଲୋଜି) ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଥିଲା ।

Comments are closed.