ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ ମାର୍କ ପ୍ରକାଶ, ବିଜେବି କଲେଜ ଆଗରେ

ଭୁବନେଶ୍ୱର – ଯୁକ୍ତ ତିନି ଆଡମିଶନ ନେଇ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ ମାର୍କ ପ୍ରକାଶ ପାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪୦ ହଜାର ୬୧୧ ଛାତ୍ରଛାତ୍ରୀ । ମୋଟ ୨ ଲକ୍ଷ ୪୪ ହଜାର ୨୫୨ ଜଣ ପିଲା ଆବେଦନ କରିଥିଲେ । ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି ବିଜେବି କଲେଜ । ବିଜେବି କଲେଜ ସବୁ ବିଭାଗରେ କଟ୍ ଅଫ୍ ମାର୍କରେ ଆଗୁଆ ରହିଛି । କଲେଜର କଳା ବିଭାଗରେ ସାଧାରଣ ବର୍ଗ ଭୂଗୋଳରେ ୮୯ ଦଶମିକ ୩୩ ପ୍ରତିଶତ ଓ ଇଂରାଜୀରେ ମଧ୍ୟ ୮୯ ଦଶମିକ ୩୩ ପ୍ରତିଶତ କଟ୍ ଅଫ ମାର୍କ ରହିଛି । ଏସସି ବଙ୍କକ୍ସବ ବିଜେବି କଲେଜରେ ଭୂଗୋଳରେ ୭୯ ଦଶମିକ ୫ ଓ ଏସଟି ବର୍ଗରେ ଭୂଗୋଳରେ ୭୯ ଦଶମିକ ୧୭ ପ୍ରତିଶତ ମାର୍କ ରହିଛି ।

ବିଜ୍ଞାନ ବିଭାଗ ଫିଜିକ୍ସରେ ବିଜେବି କଲେଜ୍‌ର ସାଧାରଣ ବର୍ଗରେ ୯୫ ଦଶମିକ ୧୭ ପ୍ରତିଶତ ରହିଥିବା ବେଳେ ଏସସି ବର୍ଗରେ ୯୨ ଦଶମିକ ୮ ପ୍ରତିଶତ ରହିଛି । ଏସଟି ବର୍ଗରେ କଟ୍ ଅଫ ମାର୍କ ରହିଛି ୮୭ ଦଶମିକ ୬ ପ୍ରତିଶତ । ବାଣିଜ୍ୟରେ ବିଜେବି କଲେଜ୍‌ର ସାଧାରଣ ବର୍ଗରେ କଟ୍ ଅଫ ମାର୍କ ରହିଛି ୮୮ ପ୍ରତିଶତ ।

Comments are closed.