ରାଜ୍ୟରେ କୋରୋନାର ଉପର-ତଳ ଗତି ଜାରି , ଦୁଇ ଦିନ ପରେ ପୁଣି ୬ ଶହରୁ ତଳେ ଦୈନିକ ସଂକ୍ରମଣ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ଉପର-ତଳ ଗତି ଜାରି ରହିଛି । ଦୁଇ ଦିନ ପରେ ପୁଣି ୬ ଶହ ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୩୯ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ୭୭ ଜଣ ଶିଶୁ-କିଶୋର ଅଛନ୍ତି । ସଙ୍ଗରୋଧରୁ ୩୧୬ ଓ ସ୍ଥାନୀୟ ଅଞ୍ଚଳରୁ ୨୨୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଝିକ ୨୫୪ ଆକ୍ରାନ୍ତ । କଟକରୁ ଚିହ୍ନଟ ହୋଇଛନ୍ତି ୪୮ । ଜଗତସିଂହପୁରରୁ ୩୧, ବାଲେଶ୍ୱରରୁ ୨୩, ଯାଜପୁରରୁ ୧୭, ମୟୂରଭଞ୍ଜରୁ ୧୩, ସମ୍ବଲପୁରରୁ ୧୨, ଭଦ୍ରକରୁ ୧୨, ପୁରୀରୁ ୧୨, କେନ୍ଦ୍ରାପଡାରୁ ୧୦, ଅନୁଗୁଳରୁ ୬, ନୟାଗଡରୁ ୫,ସୁନ୍ଦରଗଡରୁ ୫, ସୁବର୍ଣ୍ଣପୁରରୁ ୫, ଦେବଗଡରୁ ୪, ଢେଙ୍କାନାଳରୁ ୪, କୋରାପୁଟରୁ ୩, ଝାରସୁଗୁଡାରୁ ୪, ରାୟଗଡାରୁ ୨, କେନ୍ଦୁଝରରୁ ୨, ମାଲକାନଗିରିରୁ ୨, ବରଗଡରୁ ୨ ଗଞ୍ଜାମରୁ ୧, କଳାହାଣ୍ଡିରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୫ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିଁ । ରାଜ୍ୟରେ ଏ ଯାବତ ୧୦ ଲକ୍ଷ ୨୩ ହଜାର ୧୩୩ ଜଣ କୋରୋନା ପଜିଟିଭ ହୋଇସାରଲେଣି । ଏମାନଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୧୦ ଲକ୍ଷ ୯ ହଜାର ୮୮ । ୫ ହଜାର ୮୨୯ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.