ବ୍ରହ୍ମପୁର ଲଜରୁ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ନିଖୋଜ

ବ୍ରହ୍ମପୁର -ବ୍ରହ୍ମପୁର ଗୋଇଲୁଣ୍ଡି ଛକ ନିକଟରେ ଥିବା ଲଜ୍ ର ଏକ ରୁମରୁ ଗତକାଲି ରାତିରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ମହିଳା ଜଣଙ୍କ ପଡୋଶୀ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲ୍ଲା ଆର୍.ଭି ନଗର ଗାଁର କ୍ରିଷ୍ଣାବେଣୀ କୋନାପଲି ବୋଲି ଜଣାପଡିଛି। ଗତ ୧୯ ତାରିଖରେ ସେ ସ୍ୱାମୀଙ୍କ ସହ ଲଜରେ ରହୁଥିଲେ । ବର୍ତ୍ତମାନ ତାଙ୍କ ସ୍ୱାମୀ ନିଖୋଜ ଅଛନ୍ତି। ସେମାନେ ଗତ ତିନିବର୍ଷ ହେଲା ବିବାହ କରିଥିଲେ। ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମୃତ ମହିଳାଙ୍କ ନିଖୋଜ ସ୍ୱାମୀଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଥିବା ବ୍ରହ୍ମପୁର ଏସପି ଡକ୍ଟର ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।

Comments are closed.