କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଘର ଛାତ ଡେଇଁ ଚମ୍ପଟ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆରଡବ୍ଲୁଏସ୍ ଆଣ୍ଡ୍ ଏସର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।ଭୁବନେଶ୍ୱର ଓ ଗଞ୍ଜାମର ୫ଟି ସ୍ଥାନରେ ଚାଲିଛି ଚଢ଼ାଉ। ଭୁବନେଶ୍ୱର ଜାଗମରା ସ୍ଥିତ ସୁନୀଲ ପାଢୀଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ପହଞ୍ଚିବା କ୍ଷଣି ଛାତ ଉପରକୁ ଯାଇ ଆଉ ଏକ ବିଲ୍ଡିଂକୁ ଡେଇଁ ଚମ୍ପଟ ମାରିଥିଲେ । ତାଙ୍କୁ ଖୋଜା ଚାଲିଛି।

Comments are closed.