ନୋହିଲା ତାରିଣୀ ଦର୍ଶନ: ଟ୍ରକକୁ ପଛରୁ ପିଟିଲା ଭ୍ୟାନ, ଗଞ୍ଜାମ ପୋଡାମାରିର ୮ ମୃତ

ଆନନ୍ଦପୁର – ହୋଇପାରିଲା ନାହିଁ ତାରିଣୀ ଦର୍ଶନ। ଘଟଗାଁ ତାରିଣୀ ମନ୍ଦିର ଆଉ ମାତ୍ର ତିନି କିଲୋମିଟର ବାକି ଥିବା ବେଳେ ଘଟିଲା ଦୁର୍ଘଟଣା। ଚାଲିଗଲା ଦୁଇଟି ପରିବାରର ୮ଟି ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟରେ ଆଜି ସକାଳୁ ସକାଳୁ ବଡ଼ ଧରଣର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଡାମାରି ଗାଁ ର। ତାରିଣୀ ଦର୍ଶନ ପାଇଁ ଗତରାତିରେ ପୋଡାମାରି ଗାଁରୁ ୨୦ ଜଣ ଏକ ଭ୍ୟାନରେ ବାହାରିଥିଲେ । କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ୨୦ ବାଲିଯୋଡ଼ି ନିକଟରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକପଛରେ ପିଟି ହୋଇଯାଇଥିଲା ଭ୍ୟାନ୍ । ତାରିଣୀ ମନ୍ଦିରଠାରୁ ମାତ୍ର ୩ କିଲୋମିଟର ପୂର୍ବରୁ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଛି । ମୃତକଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସଦସ୍ୟ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣା ପରେ ପୋଡାମାରି ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।

Comments are closed.