ଚେନ୍ନାଇ: ଜଣେ ସରକାରୀ କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜଣେ ଅଧିକାରୀଙ୍କୁ ଗିରଫ କରିଛି ତାମିଲନାଡୁ ପୋଲିସ ।
ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରଫାଦଫା କରିବାକୁ ସରକାରୀ କର୍ମଚାରୀଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ଡିଣ୍ଡିଗୁଲରେ ଇଡି ଅଧିକାରୀଙ୍କୁ ଧରିଥିଲା ପୋଲିସ। ଏହାପରେ ତାମିଲନାଡୁ ଭିଜିଲାନ୍ସ ଏବଂ ଦୁର୍ନୀତି ନିବାରଣ ବିଭାଗ (ଡିଭିଏସି)ର ଏକ ଟିମ୍ ମଦୁରାଇର ଇଡି କାର୍ଯ୍ୟାଳୟରେ ଚଢାଉ କରିଥିଲେ । ଏହି ସମୟରେ କେନ୍ଦ୍ରୀୟ ସଂସ୍ଥା କାର୍ଯ୍ୟାଳୟ ବାହାରେ ରାଜ୍ୟ ପୋଲିସ ମୁତୟନ ହୋଇଥିଲେ। ଗିରଫ ଇଡି ଅଧିକାରୀ ପରିଚୟ ଅଙ୍କିତ ତିୱାରୀ ବୋଲି ଜଣାପଡିଛି ।
Comments are closed.