ଆଜି ଆସିବ ମିଜୋରାମ ବିଧାନସଭା ନିର୍ବାଚନ ଫଳ

ଆଇଜଲ: ନିର୍ବାଚନ କମିଶନଙ୍କ ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ମିଜୋରାମ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ।

ମିଜୋରାମରେ ମୁଖ୍ୟ ଲଢ଼େଇ ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍ଏନ୍ଏଫ୍), ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେପିଏମ) ଏବଂ କଂଗ୍ରେସ ମଧ୍ୟରେ ହେଉଛି। ସମସ୍ତ ତିନୋଟି ଦଳ ୪୦ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛନ୍ତି।

୨୦୧୮ ନିର୍ବାଚନରେ ଏମ୍ଏନ୍ଏଫ୍ ୨୬ଟି ଆସନ ଜିତିଥିଲା। କଂଗ୍ରେସ କେବଳ ପାଞ୍ଚଟି ସିଟ୍ ପାଇଥିଲା ।

ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ତାରିଖ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଥିଲା | ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ସହ ମିଜୋରାମ ନିର୍ବାଚନର ମଧ୍ୟ ଭୋଟ୍ ଗଣତି ଡିସେମ୍ବର ୩ରେ ହେବାର ଥିଲା ।

Comments are closed.