ବକେୟା ମୋଟର ଯାନ ଟିକସ ଓ ଜୋରିମାନା ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ବର୍ଷ ବର୍ଷଧରି ପଡି ରହିଥିବା ବକେୟା ମୋଟର ଯାନ ଟିକସ ଓ ଜୋରିମାନାକୁ ଛାଡ଼ କରିବା ନିଷ୍ପତ୍ତି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏଥିଯୋଗୁଁ ଦୀର୍ଘଦିନ ଧରି ବକେୟା ମୋଟର ଯାନ ଟିକସ ଓ ଜୋରିମାନା ଦେଇନଥିବା ପ୍ରାୟ ୫୦ ହଜାରରୁ ଅଧିକ ଗାଡ଼ି ମାଲିକ ଉପକୃତ ହେବେ। ମୋଟର ଯାନ ଟିକସ ଆଦାୟ ପାଇଁ ବାରମ୍ବାର ନୋଟିସ୍ ଓ ସ୍ୱତନ୍ତ୍ର ଅଭିଯାନ ସତ୍ତ୍ୱେ ଗତବର୍ଷ ମାତ୍ର ୪୬୬୮ଜଣ ମାଲିକଙ୍କଠୁ ବକେୟା ଟିକସ ସଂଗ୍ରହ କରାଯାଇଥିଲା ବୋଲି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ଉଭୟ କେନ୍ଦ୍ର ସରକାର ପୁରୁଣା ଓ ପ୍ରଦୂଷଣ କରୁଥିବା ଗାଡ଼ିଗୁଡ଼ିକୁ ହଟାଇବା ଓ ଅନାଦେୟ ଟିକସ ଛାଡ଼ର ଏକକାଳୀନ ଘୋଷଣା କରି ଗାଡ଼ିମାଲିକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ଏହାଫଳରେ ପୁରୁଣା ପଞ୍ଜିକୃତ ଯାନଗୁଡ଼ିକୁ ସ୍କ୍ରାପ୍ କରାଇବା ସହଜ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବକେୟା ମୋଟର ଯାନ ଟିକସ ଛାଡ଼/ରିହାତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଯେଉଁ ମାଲିକମାନେ ଗାଡ଼ି ସ୍କ୍ରାପ କରିବାକୁ ଇଚ୍ଛୁକ ଥିବେ, ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜୋରିମାନା ସମ୍ପୂର୍ଣ୍ଣ ଛାଡ଼ କରାଯିବ ।

ଯେଉଁମାନେ ଟିକସ ପ୍ରଦାନ କରି ଗାଡ଼ି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ଜୋରିମାନା ସମ୍ପୂର୍ଣ୍ଣ ଛାଡ଼ କରାଯିବ । ଏଥିସହ ଗାଡ଼ିର ବୟସ ଅନୁଯାୟୀ ଟିକସ ପରିମାଣ କୋହଳ କରାଯିବ ।ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ବହୁ ପୁରୁଣା ଯାନଗୁଡ଼ିକର ମାଲିକମାନେ ସେମାନଙ୍କର ଗାଡ଼ିଗୁଡ଼ିକୁ ସ୍କ୍ରାପ କରିବାକୁ ଆଗେଇ ଆସିବା ଆଶା କରାଯାଉଛି।

Comments are closed.