ବାପା ମଲାପରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତ ହେଉଥିବା ପୁଅର ବି ଗୋଟିଏ ଦିନରେ ମୃତ୍ୟୁ 

ଜୟପୁର – ବିଧିର ବିଚିତ୍ର ବିଧାନ । ବାପା ଚାଲିଗଲା ପରେ ତାଙ୍କର ଶେଷକୃତ୍ୟ ପାଇଁ ପ୍ରସ୍ତୁତ ହେଉଥିବା ପୁଅର ବି ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ଚାଲିଯାଇଛନ୍ତି ବାପା- ପୁଅ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାମତା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। କାମତା ଗାଁର ଲକ୍ଷ୍ମଣ ମଣ୍ଡଳ ନାମକ ବ୍ୟକ୍ତିଙ୍କ କୋରାପୁଟରେ ମୃତ୍ୟୁ ହେଲା ପରେ ତାଙ୍କ ମୃତଦେହ ଗାଁକୁ ଶେଷକୃତ୍ୟ ପାଇଁ ଅଣାଯାଇଥିଲା । ବାପା ଲକ୍ଷ୍ମଣଙ୍କର ଶେଷକୃତ୍ୟ କାର୍ଯ୍ୟରେ ଲାଗି ପଡ଼ିଥିଲେ ପୁଅ ବେଣୁଧର । ହେଲେ ବେଣୁଧର ମଣ୍ଡଳଙ୍କ ଉପରେ ଏକ ବିଶାଳ ଗଛର ଡାଳ ପଡି ଯାଇଥିଲା । ଘଟଣାସ୍ଥଳରେ ହିଁ ବେଣୁଧରଙ୍କ ମୃତ୍ୟୁ ହୋଇଥିଲା । ଏହି ହୃଦୟ ବିଦାରକ ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଛି।

Comments are closed.