ମାଓ ପ୍ରଭାବିତ ରାଜ୍ୟଗୁଡିକର ବୈଠକ ଆଜି, ଯୋଗଦେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ – ଆଜି ମାଓ ପ୍ରଭାବିତ ରାଜ୍ୟଗୁଡିକର ବୈଠକ ବସୁଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ବୈଠକ ଡକାଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଯୋଗ ଦେବେ । ରାଜ୍ୟର ୫ଟି ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି । ମାଓ ଅଧ୍ୟୁଷିଚ ଅଂଚଳର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ କେନ୍ଦ୍ରକୁ ଅବଗତ କରିବେ ମୁଖ୍ୟମନ୍ତ୍ରୀ । ନକ୍ସଲ ଦମନ ରଣନୀତି ଓ ବିକାଶ ଉପରେ ଆଲୋଚନା ପାଇଁ ଡକାଯାଇଥିବା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଡିଜିପି ଅଭୟ ଯୋଗଦେବେ ।

Comments are closed.