ଡବ୍ଲୁପିଏଲ୍ ନିଲାମରେ ବାଜି ମାରିଲେ ଦୁଇ ଅନକ୍ୟାପଡ୍ ଭାରତୀୟ ଖେଳାଳି କାଶବୀ,ବୃନ୍ଦା

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ନିଲାମରେ ବାଜି ମାରିଛନ୍ତି ଦୁଇ ‘ଅନକ୍ୟାପଡ୍’ (ଯିଏ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାଁନ୍ତି) ଭାରତୀୟ ଖେଳାଳି କାଶବୀ ଗୌତମ ଓ ବୃନ୍ଦା ଦୀନେଶ । ଗୁଜୁରାଟ ଜାଏଣ୍ଟସ୍ ପଞ୍ଜାବର ଦ୍ରୁତ ବୋଲର କାଶବୀ ଗୌତମଙ୍କୁ ୨ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି।

କାଶବୀଙ୍କ ବେସ୍ ପ୍ରାଇସ୍ ୧୦ ଲକ୍ଷ ଟଙ୍କା ଥିଲା। ତାଙ୍କ ପାଇଁ ଉଭୟ ଗୁଜୁରାଟ ଜଏଣ୍ଟସ୍ ଏବଂ ୟୁପି ୱାରିୟର୍ସ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ତେବେ ଗୁଜୁରାଟ ଦଳ ଡବ୍ଲୁପିଏଲର ଦ୍ୱିତୀୟ ସଂସ୍କରଣ ପାଇଁ ତାଙ୍କୁ ନେବାରେ ସଫଳ ହୋଇଥିଲା |

ଆଉ ଜଣେ ‘ଅନକ୍ୟାପଡ୍’ ଭାରତୀୟ କ୍ରିକେଟର କର୍ଣ୍ଣାଟକର ୨୨ ବର୍ଷିୟ ବୃନ୍ଦା ଦୀନେଶଙ୍କୁ ଏକ ବଡ଼ ମୂଲ୍ୟ ମିଳିଥିଲା । ତାଙ୍କୁ ୟୁପି ୱାରିୟର୍ସ ୧.୩ କୋଟି ଟଙ୍କାରେ କିଣିଥିଲା।

ନିକଟରେ ଇଂଲଣ୍ଡ ଏ’ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଉଭୟ ବୃନ୍ଦା ଏବଂ କାଶ୍ଳବୀ ଇଣ୍ଡିଆ ଏ’ ପାଇଁ ଖେଳିଥିଲେ।

ନିଲାମର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ଦବଦବା ଦେଖିବାକୁ ମିଳିଥିଲା । ଅଲରାଉଣ୍ଡର ଆନ୍ନାବେଲ ସଦରଲ୍ୟାଣ୍ଡଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨ କୋଟି ଟଙ୍କାରେ କିଣିଥିଲା। ଏହା ପରେ ଗୁଜୁରାଟ ଦଳ ବ୍ୟାଟର ଫୋବୀ ଲିଚଫିଲ୍ଡଙ୍କୁ ୧ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା।

୨୨ ବର୍ଷୀୟା ସଦରଲ୍ୟାଣ୍ଡଙ୍କୁ ଚଳିତ ବର୍ଷ ମାର୍ଚ୍ଚରେ ଗୁଜୁରାଟ ଜାଏଣ୍ଟସ୍ ରିଲିଜ୍ କରିଦେଇଥିଲା ।

ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ତାଙ୍କ ପାଇଁ ବିଡ୍ କରିଥିଲେ । ଶେଷରେ ଦିଲ୍ଲୀ ତାଙ୍କୁ କିଣିବାରେ ସଫଳ ହୋଇଥିଲା ।

ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଶବ୍ନିମ ଇସମାଇଲଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୨୦ କୋଟି ଟଙ୍କାରେ କିଣିଥିଲା । ଯାହା ତାଙ୍କର ‘ବେସ୍ ପ୍ରାଇସର ତିନି ଗୁଣ ଅଧିକ ଥିଲା।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଲାମ ଆରମ୍ଭରେ ଅଷ୍ଟ୍ରେଲିଆର ଜର୍ଜିଆ ୱାରେହମକୁ ୪୦ ଲକ୍ଷ ଟଙ୍କାରେ କିଣିଥିଲା। ସେମାନେ ୩୦ ଲକ୍ଷ ଟଙ୍କାରେ ଇଂଲଣ୍ଡର କେଟ୍ କ୍ରସ୍ ଏବଂ ୩୭ ବର୍ଷୀୟ ଭାରତୀୟ ସ୍ପିନର ଏକତା ବିଶ୍ବ ୬୦ କୁ ୬୦ ଲକ୍ଷ ଟଙ୍କାରେ କିଣିଥିଲା,‌ ଯାହା ‘ବେସ୍ ପ୍ରାଇସ୍’ ଦୁଇଗୁଣ ଅଧିକ।

Comments are closed.