କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସରେ ଦେଶର ପ୍ରଥମ ଇଣ୍ଡୋର ଆଥଲେଟିକ ଷ୍ଟାଡିୟମ, ଭିଡିଓ ସେୟାର କଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର -ଭୁବନେଶ୍ୱର ଏବେ ଦେଶର କ୍ରୀଡା ରାଜଧାନୀ ଭାବେ ମୁଣ୍ଡ ଟେକିଥିବା ବେଳେ ଆଇକନିକ କଳିଙ୍ଗ ଷ୍ଟାଡିୟମ ଦେଶବିଦେଶରେ ରାଜ୍ୟର ଗୌରବ ବୃଦ୍ଧି କରିଛି । କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରୂପାନ୍ତରଣ ନୀତିର ସଫଳ ଉଦାହରଣ ବହନ କରୁଛି କଳିଙ୍ଗ ଷ୍ଟାଡିୟମ । ଏହି ମଲ୍ଟି ଇଭେଣ୍ଟ ଷ୍ଟାଡିୟମରେ ରହିଛି ବିଶ୍ୱସ୍ତରୀୟ ଭିତ୍ତିଭୂମି। ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତା ଏଠାର ଅନୁଷ୍ଠିତ ହୋଇଛି । କଳିଙ୍ଗ ଷ୍ଟାଡିୟମ କ୍ରୀଡା କମ୍ପ୍ଲେକ୍ସରେ ଏବେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ।ଏଠାରେ ନିର୍ମିତ ହୋଇଛି ଭାରତର ପ୍ରଥମ ସ୍ୱୟଂସମ୍ପୂର୍ଣ୍ଣ ଇଣ୍ଡୋର ଆଥଲେଟିକ ଷ୍ଟାଡିୟମ । ଦକ୍ଷିଣ ଏସିଆର ଏହା ହେଉଛି ବୃହତ ଇଣ୍ଡୋର ଆଥଲେଟିକ ଷ୍ଟାଡିୟମ। ଏହି ବିଶ୍ୱସ୍ତରୀୟ ଇଣ୍ଡୋର ଷ୍ଟାଡିୟମର ଏକ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଏଭଳି ଏକ ଷ୍ଟାଡିୟମ ନିର୍ମାଣ ପଛରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ସେ ଶ୍ରେୟ ଦେଇଛନ୍ତି।

 

View this post on Instagram

 

A post shared by VK Pandian (@vkpandian.odisha)

Comments are closed.