ଜୁନିଅର ବିଶ୍ୱକପ ହକିର ସେମିଫାଇନାଲରେ ଭାରତ

କ୍ୱାଲାଲୁମ୍ପୁର – ଜୁନିଅର ପୁରୁଷ ବିଶ୍ଵକପ ହକି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଏକ ରୋମାଞ୍ଚକର କ୍ୱାର୍ଟର ଫାଇନାଲରେ ଭାରତ, ନେଦରଲ୍ୟାଣ୍ଡସକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ମ୍ୟାଚରେ ଭାରତ ୦-୨ ଗୋଲରେ ପଛୁଆ ଥିଲେ ମଧ୍ୟ ସଫଳ ପ୍ରତ୍ୟାବର୍ତ୍ତନ କରି ୪-୩ ଗୋଲରେ ବିଜୟୀ ହୋଇଥିଲା। ନେଦରଲ୍ୟାଣ୍ଡସ ପ୍ରଥମାର୍ଦ୍ଧ ସୁଦ୍ଧା ୨-୦ ଗୋଲରେ ଆଗୁଆ ରହିଥିଲା। କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଭାରତ ଲଢୁଆ ପ୍ରଦର୍ଶନ କରି ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇଥିଲା । ଭାରତ ପକ୍ଷରୁ ଆଦିତ୍ୟ ଅର୍ଜୁନ, ଅରାଇଜିତ୍ ସିଂହ ହଣ୍ଡଲ୍, ସୌରଭ ଆନନ୍ଦ ଓ ଅଧିନାୟକ ଉତ୍ତମ ସିଂହ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ।

Comments are closed.