ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା: ୮ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟଣାରେ ଲୋକସଭା ସଚିବାଳାୟ ୮ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଦାୟିତ୍ଵରେ ଅବହେଳା ପାଇଁ ଏହି ସମସ୍ତ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ଗୃହକାର୍ଯ୍ୟ ଚାଲିଥିବା ବେଳେ ବୁଧବାର ପ୍ରାୟ ଅପରାହ୍ନ ୧ଟାରେ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଲୋକସଭା ମଧ୍ୟକୁ ଡେଇଁ ହଳଦିଆ ରଙ୍ଗର ଗ୍ୟାସ୍ ସ୍ପ୍ରେ କରି ହଙ୍ଗାମା କରିଥିଲେ। ଏତିକିବେଳେ ସଂସଦ ବାହାରେ ମଧ୍ୟ ଜଣେ ମହିଳାଙ୍କ ସହ ଆଉ ଦୁଇଜଣ ଗ୍ୟାସ୍ ସ୍ପ୍ରେ ସହ ବିରୋଧ ପ୍ରଦର୍ଶନ କରିଥିଲେ ।

ସଂସଦର ସୁରକ୍ଷା ଭେଦ ଘଟଣାରେ ମୋଟ ୬ ଜଣ ସାମିଲ ଥିଲେ। ଏଯାବତ୍ ୫ ଜଣଙ୍କୁ ଗିରଫ କରାଯାଇଛି। ଷଷ୍ଠ ଅଭିଯୁକ୍ତ ଫେରାର ଅଛି। ତାକୁ ଧରିବା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଗିରଫ ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ) ଅଧୀନରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ।

Comments are closed.