କଇଁଛଙ୍କ ପାଇଁ କ୍ଷେପଣାସ୍ତ୍ର ପରୀକ୍ଷଣ ବନ୍ଦ, ମତ୍ସ୍ୟଜୀବୀଙ୍କୁ ୬ ମାସ ଯାଏଁ ମାଛ ଧରିବା ମନା

ଭୁବନେଶ୍ୱର- ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ଡିଆରଡିଏ କଲାମ ଦ୍ୱୀପରୁ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ ରହିବ । କଇଁଛଙ୍କ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଦେଶୀ କଇଁଛଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି । କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ୬ ମାସ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବାକୁ ବାରଣ କରାଯାଇଛି । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମିଳିବ । ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଏହି ସବୁ ପଦକ୍ଷେପ ନିଆଯାଇଛି ।

Comments are closed.