ଆଜିଠୁ ୫-ଟି ଅଧ୍ୟକ୍ଷଙ୍କ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା 

ବ୍ରହ୍ମପୁର – ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ଓ ଆସନ୍ତାକାଲି ୫-ଟି ଅଧ୍ୟକ୍ଷ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ୫-ଟି ଉପକ୍ରମ ଅଧୀନରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ । ମିଳିଥିବା ସୂଚନା ଅନୁସାରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଆଜି ଅପରାହ୍ନରେ ପ୍ରଥମେ ହିଞ୍ଜିଳି ବ୍ଲକରୁ ତାଙ୍କର ଗସ୍ତ ଓ ସମୀକ୍ଷା ଆରମ୍ଭ କରିବେ । ସେ ପୋଚିଲିମା ଜୁନିଅର କଲେଜରେ ୫-ଟି ଅଧୀନରେ ରୂପାନ୍ତରଣ କାର୍ଯ୍ୟକ୍ରମର ସମୀକ୍ଷା କରି ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବା ସମ୍ଭାବନା ରହିଛି। ହିଞ୍ଜିଳିରେ ସେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶେରଗଡ଼ ମଧ୍ୟ ଯିବା କାର୍ଯ୍ୟକ୍ରମ ରହିଛି। ଶେରଗଡ଼ରେ ସେ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ପରିଦର୍ଶନ କରିବା ପରେ ଚାଷୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହାପରେ ପାଣ୍ଡିଆନ ବ୍ରହ୍ମପୁର ଆସି ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପରିଦର୍ଶନ କରିବେ । ମା’ଙ୍କ ଦର୍ଶନ କରି ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିବେ । ଆସନ୍ତାକାଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଏମକେସିଜି ମେଡିକାଲର ଉନ୍ନୟନ କାର୍ଯ୍ୟ ଓ ରିଂ ରୋଡ୍ କାର୍ଯ୍ୟର ସମୀକ୍ଷା କରିବେ । ୫-ଟି ଅଧ୍ୟକ୍ଷଙ୍କ ଗସ୍ତ ଦୃଷ୍ଟିରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Comments are closed.