ସଂସଦ ସୁରକ୍ଷା ମାମଲା: ରାଜସ୍ଥାନରୁ ପୋଡ଼ା ମୋବାଇଲ୍ ଜବତ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ଘଟଣାର ଚାରି ଦିନ ପରେ ଦିଲ୍ଲୀ ପୋଲିସ ରାଜସ୍ଥାନର ନାଗୌରରୁ କିଛି ଭଙ୍ଗା ଓ ପୋଡ଼ା ମୋବାଇଲ୍ ଜବତ କରିଛି । ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ନଷ୍ଟ ସହ ଜଡିତ ଦଫା ମଧ୍ୟ ଯୋଡ଼ିଛି ପୋଲିସ।

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଏକ ଟିମ୍ ସଂସଦ ଅନୁପ୍ରବେଶ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ରାଜସ୍ଥାନର ନାଗୌରକୁ ନେଇ ଏହି ମୋବାଇଲ୍ ଅଂଶ ଜବତ କରିଛି । ଘଟଣା ଦିନ ଦିଲ୍ଲୀରୁ ଫେରାର୍ ହେବା ପରେ ଝା ନାଗୌର ପଳାଇ ଏଠାରେ ସେ ତାଙ୍କ ସହଯୋଗୀ ତଥା ଅନ୍ୟତମ ଅଭିଯୁକ୍ତ ମହେଶ କୁମାଓ୍ବତଙ୍କ ସହାୟତାରେ ରହିଥିଲେ ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଏହି ମାମଲା ସହ ଜଡ଼ିତ ବୈଷୟିକ ପ୍ରମାଣ ଲୁଚାଇବା ପାଇଁ ଝା ଓ କୁମାୱତ ଉଦ୍ଦେଶ୍ୟମୂଳକ ଭାବେ ମୋବାଇଲ ଫୋନ ଗୁଡ଼ିକୁ ନଷ୍ଟ କରିଦେଇଥିଲେ।

ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ସାଗର ଶର୍ମା, ମନୋରଞ୍ଜନ ଡି, ଅମୋଲ ସିନ୍ଦେ, ନୀଲମ ଦେବୀ, ଲଲିତ ଝା ଏବଂ ମହେଶ କୁମାୱତ।

Comments are closed.