ଶୀଘ୍ର କରନ୍ତୁ ଏହି‌ କାମ ନଚେତ୍ ଜାନୁୟାରୀ ୧ରୁ କରିପାରିବେନି ଅନଲାଇନ୍ ପେମେଣ୍ଟ

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ନିଷ୍କ୍ରିୟ ୟୁପିଆଇ ଆଇଡି ଗୁଡ଼ିକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି | ଯଦି ଆପଣ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ୟୁପିଆଇ ଆଇଡି ଜରିଆରେ ଅନଲାଇନ୍ କାରବାର କରିନାହାଁନ୍ତି, ତେବେ ଆପଣଙ୍କର ୟୁପିଆଇ ଆଇଡି ୨୦୨୪ ଜାନୁୟାରୀ ୧ରୁ ବ୍ଲକ୍ ହେଇଯିବ |

ଗୁଗୁଲ୍ ପେ, ଫୋନ୍ ପେ ଓ ପେଟିଏମ୍ ପରି ପ୍ଲାଟଫର୍ମଗୁଡିକ ଅନଲାଇନ୍ ଟଙ୍କା ପଠାଇବା ପାଇଁ ୟୁପିଆଇ ଆଇଡି ବ୍ୟବହାର କରନ୍ତି । ଏହି ୟୁପିଆଇ ଆଇଡି ଗୁଡ଼ିକ ସମ୍ପୃକ୍ତ ଗ୍ରାହକଙ୍କ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥାଏ । ଅନେକ ଥର ଗୋଟିଏ ମୋବାଇଲ୍ ନମ୍ବର ସହିତ ଏକାଧିକ ୟୁପିଆଇ ଆଇଡି ଲିଙ୍କ୍ ହୋଇଥାଏ, ଯାହା ଦୀର୍ଘ ସମୟ ଧରି ବ୍ୟବହୃତ ହୁଏ ନାହିଁ ।

ୟୁପିଆଇ ଆଇଡି ବ୍ଲକ୍ ଏଡ଼ାଇବା ପାଇଁ କଣ କରିବେ?

ଯଦି ଆପଣ ନିଜ ପୁରୁଣା ନିଷ୍କ୍ରିୟ ୟୁପିଆଇ ଆଇଡି ବନ୍ଦ ହେବା ଚାହୁଁନାହାଁନ୍ତି, ତେବେ ଡିସେମ୍ବର ୩୧ ପୂର୍ବରୁ ଏହି ଆଇଡି ଗୁଡ଼ିକୁ ସକ୍ରିୟ କରିବାକୁ ପଡ଼ିବ । ଏଥିପାଇଁ ଆପଣଙ୍କୁ ୟୁପିଆଇ ଆଇଡି ମାଧ୍ୟମରେ ଅତିକମରେ ଗୋଟିଏ ଟ୍ରାଞ୍ଜାକ୍ସନ କରିବାକୁ ପଡ଼ିବ ।

ପୁରୁଣା ୟୁପିଆଇ ଆଇଡି କାହିଁକି ବନ୍ଦ ହେଉଛି?

ଏନପିସିଆଇ ରିପୋର୍ଟ ଅନୁଯାୟୀ, ଗ୍ରାହକମାନେ ପୁରୁଣା ୟୁପିଆଇ ଆଇଡିକୁ ନିଷ୍କ୍ରିୟ ନକରି ନୂଆ ମୋବାଇଲରେ ନୂଆ ୟୁପିଆଇ ଆଇଡି ସହ ମୋବାଇଲ୍ ନମ୍ବର ଲିଙ୍କ୍ କରୁଛନ୍ତି | ଏହି ପ୍ରସଙ୍ଗରେ ଟେଲିକମ୍ ନିୟାମକ ଟ୍ରାଇ ନିର୍ଦ୍ଦେଶାବଳୀ ଜାରି କରିଛି। ଏନପିସିଆଇର ନିର୍ଦ୍ଦେଶରେ ସମସ୍ତ ବ୍ୟାଙ୍କ ଏବଂ ତୃତୀୟ ପକ୍ଷ ଆପ୍ ବର୍ଷକରୁ ଊର୍ଦ୍ଧ୍ବ ସମୟ ଧରି ନିଷ୍କ୍ରିୟ ଥିବା ୟୁପିଆଇ ଆଇଡି ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି | ନିଷ୍କ୍ରିୟ ୟୁପିଆଇ ଆଇଡି ସହିତ ଠକେଇର ସମ୍ଭାବନା‌ ବି ରହିଛି | ତେଣୁ ବହୁ ସମୟ ଧରି ନିଷ୍କ୍ରିୟ ରହିଥିବା ୟୁପିଆଇ ଆଇଡି ଗୁଡ଼ିକୁ ବନ୍ଦ କରିବା ପାଇଁ ଏନପିସିଆଇ ନିର୍ଦ୍ଦେଶ ଦେଇଛି ।

Comments are closed.