ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଇଡି ସମନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ ଜାରି କରିଛି। ଇଡି ତାଙ୍କୁ ଡିସେମ୍ବର ୨୧ରେ ହାଜର ହେବାକୁ କହିଛି। ଦ୍ବିତୀୟ ଥର ପାଇଁ କେଜ୍ରିୱାଲଙ୍କୁ ସମନ୍ କରିଛି ଇଡି।

ଏହା ପୂର୍ବରୁ ଇଡି ନଭେମ୍ବର ୨ରେ ହାଜର ହେବାକୁ ତାଙ୍କୁ ନୋଟିସ୍ ପଠାଇଥିଲା । ହେଲେ ପାଞ୍ଚ ରାଜ୍ୟରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ଦର୍ଶାଇ କେଜ୍ରିୱାଲ ହାଜର ହୋଇନଥିଲେ। ସେ କେନ୍ଦ୍ରୀୟ ସଂସ୍ଥାକୁ ଚିଠି ଲେଖି ତାଙ୍କ ବିରୋଧରେ ନୋଟିସକୁ ବେଆଇନ କହିଥିଲେ । ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ପ୍ରତ୍ୟାହାର କରିବାକୁ କହିଥିଲେ କେଜ୍ରିୱାଲ ‌।

ଉଲ୍ଲେଖଯୋଗ୍ୟ, ଅବକାରୀ ଦୁର୍ନୀତି ମାମଲାରେ ଆପର ଦୁଇ ନେତା ମନୀଷ ସିସୋଦିଆ ଓ ସଞ୍ଜୟ ସିଂହ ଗିରଫ ହୋଇ ସମ୍ପ୍ରତି ଜେଲରେ ଅଛନ୍ତି ।

Comments are closed.