ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଫରେଷ୍ଟ ଗାର୍ଡ ଓ ୱାଚମ୍ୟାନ 

ସୁନ୍ଦରଗଡ଼ – ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ରେଞ୍ଜ୍ ଅନ୍ତର୍ଗତ ଧରଣୀଧରପଲ୍ଲୀ ନର୍ସରୀର ଫରେଷ୍ଟ ଗାର୍ଡ ସନାତନ ପାତ୍ର ଓ ୱାଚମ୍ୟାନ ନରେନ୍ଦ୍ର କାଲୋ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି। ଜବତ କରାଯାଇଥିବା ଏକ ଦୁଇ ଚକିଆ ଗାଡି ଛାଡି ଦେବାପାଇଁ ସେମାନେ ୭ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଗାଡ଼ି ମାଲିକଙ୍କ ସ୍ତ୍ରୀ ଭିଜିଲାନ୍ସରେ ଫେରାଦ ହେବା ପରେ ଦୁଇ କର୍ମଚାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। ଅଭିଯୁକ୍ତ ଫରେଷ୍ଟ ଗାର୍ଡ ସନାତନ ପାତ୍ରଙ୍କ ନିର୍ଦ୍ଦେଶରେ ୱାଚମ୍ୟାନ ନରେନ୍ଦ୍ର କାଲୋ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଘଟଣାସ୍ଥଳରେ ଫରେଷ୍ଟ ଗାର୍ଡ ସନାତନ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଫରେଷ୍ଟ ଗାର୍ଡଙ୍କ ଦୁଇଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ମାମଲା ରୁଜୁ କରି ତଦନ୍ତ ଚଳାଇଛି ଭିଜିଲାନ୍ସ।

Comments are closed.