ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନେଲେ କରୋନା ଟିକାର ବୁଷ୍ଟର ଡୋଜ୍

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କରୋନା ଟିକାର ଏକ ବୁଷ୍ଟର ଡୋଜ ନେଇଛନ୍ତି। ଆଜି ସେ ଫାଇଜର୍ ଭ୍ୟାକ୍ସିନର ଏକ ବୁଷ୍ଟର ଡୋଜ ଗ୍ରହଣ କରିଛନ୍ତି |
କିଛି ଦିନ ତଳେ ଆମେରିକାର ଡ୍ରଗ୍ସ ନିୟନ୍ତ୍ରକ ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ଫାଇଜର ଟିକାର ଏକ ବୁଷ୍ଟର୍ ଡୋଜ୍ ଦେବାକୁ ମଞ୍ଜୁରି ପ୍ରଦାନ କରିଥିଲେ । ଏହି କ୍ରମରେ ୭୮ ବର୍ଷୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫାଇଜରର ଏକ ବୁଷ୍ଟର ଡୋଜ ଦିଆଯାଇଛି | ବୁଷ୍ଟର ଡୋଜ ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ବାଇଡେନ କହିଥିଲେ ଯେ ଲୋକଙ୍କ ଯଥାସମ୍ଭବ ଟିକାକରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବାଇଡେନ ମଧ୍ୟ କହିଛନ୍ତି ଯେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ପରେ ସେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିନଥିଲେ।
ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ ତାଙ୍କ ପତ୍ନୀ ଏବଂ ଆମେରିକାର ପ୍ରଥମ ଲେଡି ଜିଲ୍ ବିଡେନଙ୍କୁ ମଧ୍ୟ ଏକ ବୁଷ୍ଟର ଡୋଜ ଦିଆଯିବ। ବର୍ତ୍ତମାନ ଆମେରିକାରେ ଟିକାକରଣରେ ଫାଇଜର ଏବଂ ମଡେର୍ନା ଟିକାର ବହୁଳ ବ୍ୟବହାର ହେଉଛି। ତେବେ ଏବେ କେବଳ ଫାଇଜରକୁ ହିଁ ବୁଷ୍ଟର୍ ଡୋଜ୍ ପ୍ରସ୍ତୁତ କରିବାକୁ ଅନୁମତି ଦିଆଯାଇଛି। ମୋଡର୍ନାକୁ ବୁଷ୍ଟର ଡୋଜ୍ ତିଆରି କରିବାକୁ ମଞ୍ଜୁରି ମିଳିପାରେ |

Comments are closed.