ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏସଡିଏର ପୂର୍ବତନ ପ୍ଲାନିଂ ମେମ୍ବର ଗିରଫ

ସମ୍ବଲପୁର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ- ଏସଡିଏର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କୁ ଗିରଫ କରାଯାଇଛି। ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ବନ୍ଦିତାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଘର ସମେତ ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢାଉରେ ବନ୍ଦିତାଙ୍କ ବିପୁଳ କଳା ସମ୍ପତ୍ତି ଠାବ ହୋଇଛି । ଏସଡିଏର ପୂର୍ବତନ କନିଷ୍ଠ କିରାଣୀ ଲକ୍ଷ୍ମୀନାରାୟଣ ସାମଲଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା ଭିଜିଲାନ୍ସ।

ଭୁବନେଶ୍ବର, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍।

ଏ ବର୍ଷ ସେପ୍ଟେମ୍ବର ମାସରେ ଉଭୟ ବନ୍ଦିତା ମହାପାତ୍ର ଓ କିରାଣୀ ଲକ୍ଷ୍ମୀନାରାୟଣ ସାମଲଙ୍କୁ ଗିରଫ କରିଥିଲା ସମ୍ବଲପୁର ପୋଲିସ । ବିଲ୍ଡିଂ ପ୍ଲାନ୍ ପାଇଁ ଫେକ୍ ଆପ୍ରୁଭାଲ୍ ଚିଠି ଇସ୍ୟୁ କରିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଥିଲା। ପରେ ଜାମିନ୍‌ରେ ଆସିଥିଲେ ବନ୍ଦିତା ।

Comments are closed.