ସଂପୂର୍ଣ୍ଣ କୋଭିଡ ସତର୍କତା ସହ ପିପିଲିରେ ହେବ ଭୋଟ ଗ୍ରହଣ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର – ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ଭୋଟ୍ ଗ୍ରହଣ ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ହେବ । ନିର୍ବାଚନ କାର୍ଯ୍ୟ ପାଇଁ ୨ ହଜାର ୨୦୦ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ନିର୍ବାଚନ ଡ୍ୟୁଟି ପାଇଁ ନିଯୁକ୍ତ ସବୁ କର୍ମଚାରୀ ଦୁଇ ଡୋଜ୍ କୋରୋନା ଟିକା ନେଇଛନ୍ତି । ଭିନ୍ନକ୍ଷମମାନେ ଘରେ ରହି ଭୋଟ୍ ଦେଇପାରିବେ । ପୋଷ୍ଟାଲ ବାଲାଟରେ ଏ ଯାଏଁ ୯୨୪ ଜଣ ଭୋଟ ଦେଇଛନ୍ତି ବୋଲି ଲୋହାନୀ କହିଛନ୍ତି । ଭୋଟ୍ ଗ୍ରହଣ ଦିନ ପ୍ରତ୍ୟେକ ଭୋଟରଙ୍କୁ ହ୍ୟାଣ୍ଡ୍ ଗ୍ଲୋଭ୍‌ସ ଦିଆଯିବ । ସମସ୍ତଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ । ଯେଉଁମାନଙ୍କର ତାପମାତ୍ରା ଅଧିକ ଥିବ, ସେମାନଙ୍କୁ ଚିରକୁଟ ଦିଆଯାଇ ପଠାଇ ଦିଆଯିବ । ଶେଷ ଘଣ୍ଟାରେ ସେମାନେ ଆସି ଭୋଟ୍ ଦେବେ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଆଶା ଦିଦି ଓ ସ୍ୱାସ୍ଥ୍ୟକର୍ମୀମାନେ ଭୋଟ୍ ଗ୍ରହଣରେ ସହଯୋଗ କରିବେ । ପ୍ରତି ବୁଥରେ ୧୦୦୦ ଜଣ ଭୋଟର ମତଦାନ କରିପାରିବେ । ଏହି ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ ।

Comments are closed.