ତିନି ଲୋକସଭା ଓ ୩୦ ବିଧାନସଭା ଆସନ ପାଇଁ ଅକ୍ଟୋବର ୩୦ରେ ହେବ ଉପନିର୍ବାଚନ

ନୂଆଦିଲ୍ଲୀ: ଦେଶରେ ୩ଟି ଲୋକସଭା ଏବଂ ୩୦ ଟି ବିଧାନସଭା ଆସନ ପାଇଁ ଅକ୍ଟୋବର ୩୦ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ନିର୍ବାଚନ ଆୟୋଗ ଆଜି ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁ ରାଜ୍ୟରେ ଲୋକସଭା ଆସନ ଖାଲି ଅଛି, ସେଥିରେ ଦାଦ୍ରା ଏବଂ ନାଗର ହବେଲି ଏବଂ ଦାମନ-ଡିୟୁ, ମଧ୍ୟପ୍ରଦେଶର ଖଣ୍ଡୱା ଏବଂ ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନ ରହିଛି। ଏହା ସହିତ ୧୪ଟି ରାଜ୍ୟର ୩୦ଟି ବିଧାନସଭା ଆସନରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ।

ଏହି ସବୁ ରାଜ୍ୟରେ ହେବ ବିଧାନସଭା ଉପନିର୍ବାଚନ:

ଆନ୍ଧ୍ରପ୍ରଦେଶ – ଗୋଟିଏ ଆସନ
ଆସାମ – ପାଞ୍ଚଟି ସିଟ୍
ବିହାର – ଦୁଇଟି ସିଟ୍
ହରିୟାଣା – ଗୋଟିଏ ଆସନ
ହିମାଚଳ ପ୍ରଦେଶ – ତିନିଟି ଆସନ
କର୍ଣ୍ଣାଟକ – ଦୁଇଟି ଆସନ
ମଧ୍ୟପ୍ରଦେଶ – ତିନିଟି ଆସନ
ମହାରାଷ୍ଟ୍ର – ଗୋଟିଏ ଆସନ
ମେଘାଳୟ – ତିନିଟି ଆସନ
ମିଜୋରାମ – ଗୋଟିଏ ଆସନ
ନାଗାଲାଣ୍ଡ – ଗୋଟିଏ ଆସନ
ରାଜସ୍ଥାନ – ଦୁଇଟି ଆସନ
ତେଲେଙ୍ଗାନା – ଗୋଟିଏ ଆସନ
ପଶ୍ଚିମବଙ୍ଗ – ଚାରିଟି ଆସନ

Comments are closed.