ନକ୍ସଲଙ୍କ ଆଜି ଭାରତ ବନ୍ଦ ଡାକରା , ଝାଡ଼ଖଣ୍ଡରେ ଉଡାଇଲେ ରେଳ ଧାରଣା

ରାଉରକେଲା – ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲଙ୍କ ଉତ୍ପାତ । ମନୋହରପୁର ନିକଟସ୍ଥ ବିରୁୱାରେ ହିଂସା ଭିଆଇଛନ୍ତି ନକ୍ସଲ । ବିଳମ୍ବିତ ରାତିରେ ଏଠାରେ ରେଳ ଧାରଣା ଉଡାଇ ଦେଇଛନ୍ତି ନକ୍ସଲ । ଏଥିଯୋଗୁଁ ସଂପୃକ୍ତ ରୁଟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ୨୦ରୁ ଅଧିକ ଟ୍ରେନ୍ ଅଟକିଥିବା ସୂଚନା ମିଳିଛି। ମନୋହରପୁର, ଚକ୍ରଧରପୁର ଓ ରାଉରକେଲା ଷ୍ଟେସନରେ ଟ୍ରେନ୍ ସବୁ ଅଟକି ରହିଛି। ସୂଚନାଯୋଗ୍ୟ ଯେ, ଆଜି ନକ୍ସଲଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।

Comments are closed.