ଯୋରନ୍ଦା ମହିମାଗାଦିରେ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗସ୍ତରେ ଯିବେ । ଯୋରନ୍ଦା ମହିମା ଗାଦି ଯାଇ ୧୧୨ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମହିମାଗାଦି ପାଇଁ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ବହୁ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଯୋଗ ଦେବା ସମ୍ଭାବନା ରହିଛି। ମହିମାଗାଦି ଚତୁଃପାର୍ଶ୍ଵର ଉନ୍ନତିକରଣ, ଭବ୍ୟ ମହିମାଗାଦି ଶୂନ୍ୟ ମଣ୍ଡପ, ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ ପ୍ରକଳ୍ପର ଭୂମିପୂଜନ କରିବେ ମୁଖ୍ୟମନ୍ତ୍ରୀ ।

୫-ଟି ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ହେଲିକେପ୍ଟରରେ ଯୋଗେ ଯୋରନ୍ଦା ଯିବେ । ଆଜି ଦିନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଯୋରନ୍ଦାରେ ପହଞ୍ଚିବା ପରେ ସିଧାସଳଖ ଶୂନ୍ୟ ମନ୍ଦିର ଯାଇ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ ଓ ଢେଙ୍କାନାଳ ଜିଲ୍ଲାର ୪ ଜଣ ବିଧାୟକ ଉପସ୍ଥିତ ରହିବେ ।

Comments are closed.