ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ

କେନ୍ଦ୍ରାପଡା -ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କୃଷି କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଟେକ୍ନୋଲୋଜି ମ୍ୟାନେଜର ରାଜେଶ କୁମାର ସେନାପତି । ଜଣେ ଅଭିଯୋଗକାରୀ ( ଯୋଗାଣକାରୀ )ଙ୍କୁ ଧାନ ଟ୍ରେସିଂ ମେସିନର ରସିଦ ଚାଲାନ ଓ ପେମେଣ୍ଟ ବିଲ୍ ଜାରି ପାଇଁ ରାଜେଶ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୋଗାଣକାରୀ ଜଣକ ଜଣେ ଏମବିଏ ଗ୍ରାଜୁଏଟ ଓ ଉଦ୍ୟୋଗୀ । ଅନଲାଇନ ସରକାରୀ ଅର୍ଡର ଅନୁସାରେ ସେ ମେସିନ ସପ୍ଲାଏ କରିଥିଲେ । କିନ୍ତୁ ଆସିଷ୍ଟାଣ୍ଟ ଟେକ୍ନୋଲୋଜି ମ୍ୟାନେଜର ରାଜେଶ ହଇରାଣ ହରକତ କରିବା ସହ ଲାଞ୍ଚ ମାଗିବା ଅଭିଯୋଗ କରିଥିଲେ ସଂପୃକ୍ତ ସପ୍ଲାୟର । ରାଜେଶ ଅନ୍ୟ ସପ୍ଲାୟରମାନଙ୍କୁ ମଧ୍ୟ ହଇରାଣ କରି ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଥିଲା । ଏ ନେଇ ସପ୍ଲାୟର ଜଣକ ଅଭିଯୋଗ କରିବା ପରେ ରାଜେଶଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। ଭିଜିଲାନ୍ସ ଆଜି ପୂର୍ବ ଯୋଜନା ଅନୁସାରେ ରାଜେଶଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଦୁଇଟି ଜାଗାରେ ଚଢ଼ାଉ କରିଛି। ରାଜେଶଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ।

Comments are closed.