ଜେଏନ୍.୧ ଭାରିଆଣ୍ଟ୍ ପାଇଁ କେତେ ଜରୁରୀ ବୁଷ୍ଟର ଡୋଜ୍ ? ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଲା ଏଭଳି ପରାମର୍ଶ

ନୂଆଦିଲ୍ଲୀ: ନୂଆ ସବ୍ ଭାରିଆଣ୍ଟ୍ ଜଏନ୍.୧ ଯୋଗୁଁ ପୁଣି ଭାରତ ସହ ବହୁ ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି | ସଂକ୍ରମଣ ସହ ସକ୍ରିୟ ମାମଲାରେ ବୃଦ୍ଧି ଯୋଗୁଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସମୟରେ ବୁଷ୍ଟର ଡୋଜ୍ କିମ୍ବା ଚତୁର୍ଥ ଟିକା ନେବାର କୌଣସି ଆବଶ୍ୟକତା ନାହିଁ।

ଇଣ୍ଡିଆ SARS-CoV-2 ଜେନୋମିକ୍ସ କନ୍ସର୍ଟିୟମ୍ (INSACOG)ର ମୁଖ୍ୟ ଡ଼ା.ଏନ୍ ଆରୋରା କହିଛନ୍ତି, ନୂଆ ସବ୍ ଭାରିଆଣ୍ଟ୍ ଜନିତ କରୋନା ସଂକ୍ରମଣ ପାଇଁ ବୁଷ୍ଟର୍ ଡୋଜର ଆବଶ୍ୟକତା ନାହିଁ ।

ଡକ୍ଟର ଆରୋରା କହିଛନ୍ତି, ‘୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଯେଉଁମାନେ ଗୁରୁତର ରୋଗରେ ପୀଡିତ, ସେମାନେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ତୃତୀୟ ଡୋଜ୍ ନେଇପାରିବେ, ଯଦି ସେମାନେ ଏପର୍ଯ୍ୟନ୍ତ ଗୋଟିଏ ବି ଡୋଜ୍ ନେଇ ନାହାଁନ୍ତି । କିନ୍ତୁ ସାଧାରଣ ଲୋକଙ୍କୁ ଚତୁର୍ଥ ଡୋଜ୍ ଆବଶ୍ୟକ ନାହିଁ ।

ସେ କହିଛନ୍ତି, ‘ଓମିକ୍ରନର ଏହି ନୂଆ ସବ୍ ଭାରିଆଣ୍ଟରେ ରିପୋର୍ଟ ହୋଇଥିବା ମାମଲା ସେଭଳି ଗୁରୁତର ନୁହେଁ । ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ। ଜେଏନ୍.୧ ସବଭାରିଆଣ୍ଟରେ ଆକ୍ରାନ୍ତ ରୋଗୀଙ୍କ ଲକ୍ଷଣ ମଧ୍ୟରେ ଜ୍ୱର, ନାକରୁ ପାଣି ବାହାରିବା, କାଶ, ବେଳେବେଳେ ପତଳା ଝାଡା ଏବଂ ଶରୀର ପୀଡ଼ା ହୁଏ । ଏପରି ରୋଗୀ ସାଧାରଣତଃ ଏକ ସପ୍ତାହ ମଧ୍ୟରେ ଠିକ୍ ହୋଇଯାଆନ୍ତି | ଟେଷ୍ଟ ବଢ଼ାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି।

Comments are closed.