କାଲିମେଳା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି – ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମିଳିତ କମ୍ବିଂ ଅପରେସନ ବେଳେ ଡିଭିଏଫ ଓ ଏସଓଜି ବାହିନୀଙ୍କୁ ମିଳିଛି ବଡ ସଫଳତା। କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲ ମଧ୍ୟରୁ ମାଟିତଳେ ପୋତାଯାଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ଏସବିଏମଏଲ ଗନ୍, ୧୨ଟି ଟିଫିନ ଆଇଇଡି, ପାଞ୍ଚଟି ଗ୍ରେନେଡ଼, ୧.୫ କେଜି କୋଡେକ୍ସ ୱେୟାର, ତିନୋଟି ଇଲେକ୍ଟ୍ରିକ ଡିଟୋନେଟର, ୩୯ଟି ଜିଲେଟିନ ଷ୍ଟିକ ଆଦି ରହିଛି ।ମାଲକାନଗିରି ଜିଲ୍ଲାରେ ମାଓବାଦୀ ସଂଗଠନ ପୁଣି ନିଜ କାୟା ବିସ୍ତାର କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି। ଗୁଇନ୍ଦା ବିଭାଗ ସେମାନଙ୍କ କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖିଛି। କମ୍ବିଂ ଅପରେସନ ବେଳେ ଜବତ ହୋଇଥିବା ସବୁ ସାମଗ୍ରୀ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜୋନାଲ କମିଟିର ହୋଇଥାଇପାରେ ବୋଲି ମାଲକାନଗିରି ଏସ୍‌ପି ନିତେଶ୍ ୱାଧୱାନି ସୂଚନା ଦେଇଛନ୍ତି।

Comments are closed.