ପଶ୍ଚିମବଙ୍ଗର ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ

ବାଲିଗୁଡା – ପର୍ଯ୍ୟଟକ ବସ୍ ଓଲଟି ୨୫ରୁ ଅଧିକ ଯାତ୍ରୀ ଆହତ । କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ଥାନା ମହାଗୁଡ଼ି ନିକଟରେ ପର୍ଯ୍ୟଟକ ବସଟି ଓଲଟି ପଡିଥିଲା । ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସଟି ପଶ୍ଚିମବଙ୍ଗରୁ ଆସିଥିଲା । ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ । ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ବୁଲିସାରି ଗୋପାଳପୁର ଅଭିମୁଖେ ଯିବାବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Comments are closed.