ବିଭିନ୍ନ ମନ୍ଦିରରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର

ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ବିଭିନ୍ନ ମନ୍ଦିରରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି। ଏହି ନିମନ୍ତ୍ରଣ ବଣ୍ଟନ କାର୍ଯ୍ୟ ମଙ୍ଗଳବାରଠାରୁ ୩୦ ଗୋଟି ଟିମ ମାଧ୍ୟମରେ ଆରମ୍ଭ ହୋଇଛି।

ଦ୍ୱିତୀୟ ଦିନରେ ଆଜି ଓଡିଶା ବାହାରେ କେରଳର ପଦ୍ମନାଭସ୍ବାମୀ ମନ୍ଦିର, ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର, ଅହମ୍ମଦାବାଦର ଜଗନ୍ନାଥ ମନ୍ଦିର, କାଳୀଘାଟର କାଳୀ ମନ୍ଦିର ଓ ଖିଦିରପୁର ଜଗନ୍ନାଥ ମନ୍ଦିର, ରାମେଶ୍ଵରମର ଶ୍ରୀରାମନାଥସ୍ଵାମୀ ମନ୍ଦିର, ଚେନ୍ନାଇର ଜଗନ୍ନାଥ ମନ୍ଦିର, ମହୀଶୂର ଚାମୁଣ୍ଡେଶ୍ୱରୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ମଥୁରା କୃଷ୍ଣ ଜନ୍ମଭୂମି ସ୍ଥଳ, ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀଜଗନ୍ନାଥ ମନ୍ଦିର, ତିରୁମାଳା ତିରୁପତି ମନ୍ଦିର ,ମଧ୍ୟପ୍ରଦେଶର ଓଁକାରେଶ୍ୱର ଜ୍ୟୋର୍ତିଲିଙ୍ଗ, ବିଜୟୱାଡାର କନକଦୁର୍ଗା ମନ୍ଦିର, ବୃନ୍ଦାବନର ବାଙ୍କେବିହାରୀ ମନ୍ଦିର ମୁଖ୍ୟମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା।

ରାଜ୍ୟ ମଧ୍ୟରେ କନ୍ଧମାଳ ଜିଲ୍ଲା ଫୁଲବାଣୀର ଶ୍ରୀଜଗନ୍ନାଥ ମନ୍ଦିର,ଦଧିବାମନଜୀଉ ମନ୍ଦିର, ଯାଜପୁରର ବିରଜା ମନ୍ଦିର ଓ ବରାହ ମନ୍ଦିର, କଟକ ସାଲେପୁରର ରାମକୃଷ୍ଣପୁର ଦାରୁସ୍ଥଳୀ, ଢେଙ୍କାନାଳର କପିଳାସ ଚନ୍ଦ୍ରଶେଖର ମନ୍ଦିର ଓ ବଳଦେବଜୀ ମନ୍ଦିର, କଳାହାଣ୍ଡି ଜିଲ୍ଲାର ଭଣ୍ଡାରଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର, ଅସ୍ତରଙ୍ଗ ମାଳଦାର ଦାରୁକ୍ଷେତ୍ର,ସାକ୍ଷୀ ଗୋପାଳ ସ୍ଥିତ ରାଇଚକ୍ରଧରପୁର ମନ୍ଦିର, ବାରିପଦା ଶ୍ରୀ ଶ୍ରୀ ହରି ବଳଦେବ ମନ୍ଦିର, ସମ୍ବଲପୁର ମା’ ସମଲେଶ୍ବରୀ ମନ୍ଦିର, ରେଢାଖୋଲ ଜଗନ୍ନାଥ ମନ୍ଦିର, କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର, ବୌଦ୍ଧର ଚନ୍ଦ୍ରଚୂଡ ମନ୍ଦିର, ପୁରୁଣା କଟକ ଭୈରବୀ ମନ୍ଦିର,ଆଠଗଡ ଶରଣ କ୍ଷେତ୍ର, ଖଲ୍ଲିକୋଟ ଚକ୍ରତୀର୍ଥ, ଅନୁଗୋଳର ଜଗନ୍ନାଥ ମନ୍ଦିର ଓ ମା ହିଙ୍ଗୁଳା ମନ୍ଦିର,ଜଗତସିଂହପୁର ଅଡଙ୍ଗଗଡ ଦାରୁ କ୍ଷେତ୍ର,ଖଡିପଡିଆ ଦାରୁକ୍ଷେତ୍ର ଓ ଗଞ୍ଜାମ ମା’ ତାରାତାରିଣୀ ମନ୍ଦିର, ନବରଙ୍ଗପୁର ର ମା’ ଭଣ୍ଡାରଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ଭଦ୍ରକର ଭଦ୍ରକାଳୀ ଓ ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ନିମନ୍ତ୍ରଣ ଦେବା ପାଇଁ ଯାଇଥିବା ସେବାୟତ ଓ ବରିଷ୍ଠ ଅଧିକାରୀମାନେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ସମ୍ପୃକ୍ତ ମନ୍ଦିରର ମୁଖ୍ୟ ନିମନ୍ତ୍ରଣ ଗ୍ରହଣ କରି ମହାପ୍ରଭୁଙ୍କ ଏହି ଅନନ୍ୟ କାର୍ଯ୍ୟରେ ସାମିଲ ହେବା ଏକ ଗର୍ବ ଓ ଗୌରବ ର ବିଷୟ ବୋଲି କହିଥିଲେ। ସମସ୍ତ ସ୍ଥାନରେ ନିମନ୍ତ୍ରଣ ପ୍ରଦାନ କରିବାକୁ ଯାଇଥିବା ଟିମକୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସଂକୀର୍ତ୍ତନ, ଶଙ୍ଖ ଧ୍ୱନି ଓ ହରିବୋଲ,ହୁଳହୁଳି ପକାଇ ସମସ୍ତେ ସ୍ୱାଗତ କରିଥିଲେ।

Comments are closed.