ପାତାଳୀ ନଦୀରେ ବୁଡ଼ିଲା ଡଙ୍ଗା, ୫ ନିଖୋଜ

କୋରାପୁଟ – କୋରାପୁଟ ଜିଲ୍ଲା ପାତାଳୀ ନଦୀରେ ଡଙ୍ଗା ବୁଡ଼ି । ଏକ ଦେଶୀ ଡଙ୍ଗା ବୁଡିଯିବାରୁ ୨ ଜଣ ନାବାଳିକା ଓ ୩ ମହିଳା ନିଖୋଜ ଥିବା ସୂଚନା ମିଳିଛି । ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତର ତାନସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ଆଜି ଏକ ଦେଶୀଡଙ୍ଗାରେ ବାଡ଼େଲା ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ। ପୁଣି ଡଙ୍ଗାରେ ନିଜ ଗାଁକୁ ଫେରିବା ବେଳେ ତାହା ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ଲାଲମଣି ଶିଶା, ଶଶୀରେଖା ଆର୍ଲାବ, ନବୀନା ଆର୍ଲାବ, ପୁଷ୍ପାଞ୍ଜଳି ଆର୍ଲାବ(୧୪) ଓ ଶାନ୍ତି ସିଶା(୧୩) ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି।

Comments are closed.