୬୪ତମ ପ୍ରତିଷ୍ଠା ଦିବସରେ ନନ୍ଦନକାନନରେ ଆଜି ଉଦଘାଟିତ ହେବ ବାଉଁଶ ଉଦ୍ୟାନ ଓ ମୋଗଲ ଗାର୍ଡେନ
ଭୁବନେଶ୍ବର – ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳନ କରୁଛି ୬୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆଜି ବଟାନିକାଲ ଗାର୍ଡେନରେ ନବନିର୍ମିତ ବାଉଁଶ ଉଦ୍ୟାନ, ମୋଗଲ ଗାର୍ଡେନ ଉଦଘାଟିତ ହେବ । ଏହାସହ ନନ୍ଦନକାନନର ଓ୍ବାଲାବୀ ଖୁଆଡ଼ ଉଦଘାଟନ ସହ ଗୋଟିଏ ସିଂଘ ଶାବକ ଓ ୨ଟି ବାଘ ଶାବକର ନାମକରଣ କରାଯିବ ।
ଜଳଜ ଉଦ୍ଭିଦର ବିଭିନ୍ନ ପ୍ରଜାତିର ଜଳଜ ଘାସ, ଜଳମଗ୍ନ, ଭାସମାନ, ୪୪ ପ୍ରକାର କଇଁ, ପଦ୍ମ ଆଦି ୨୨୫ ପ୍ରଜାତିର ମୋଗଲ ଗାର୍ଡେନରେ ଦେଖିପାରିବେ ପର୍ଯ୍ୟଟକ । ଏହାସହ ୪.୪ ଏକର ଜାଗାରେରେ ବାଉଁଶ ଉଦ୍ୟାନ ନିର୍ମିତ କରାଯାଇଛି । ୭୦ ପ୍ରକାରର ବାଉଁଶ ଏହି ଉଦ୍ୟାନରେ ଦେଖିବାକୁ ମିଳିବ । ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଚିଡ଼ିଆଖାନାକୁ ଆସିଥିବା ବିରଳ ପ୍ରଜାତିର ହଳେ ଓ୍ବାଲାବୀ ଓ ହଳେ ଲିଭିଙ୍ଗଷ୍ଟୋନ ଟୁରକେକୁ ସ୍ବତନ୍ତ୍ର ଖୁଆଡ଼ରେ ଛଡାଯିବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ, ପିସିସିଫ ଓ ବିଧାୟକ ଯୋଗଦେବେ ।
Comments are closed.