ଗଞ୍ଜାମ ପୋଲିସ ଜିଲ୍ଲାରେ ସ୍ବତନ୍ତ୍ର ଅଭିଯାନ: ହିତାଧିକାରୀ ଫେରି ପାଇଲେ ୧୦ ମୋବାଇଲ୍ 

ଛତ୍ରପୁର: ଗଞ୍ଜାମ ପୋଲିସ ଜିଲ୍ଲାରେ ସ୍ବତନ୍ତ୍ର ଅଭିଯାନ ଜରିଆରେ ପୋଲିସ ପ୍ରଶାସନ କିଛି ଲୋକଙ୍କ ମୁହଁରେ ‍ହସ ଫେରାଇ ଆଣିବାକୁ ସକ୍ଷମ ହୋଇଛି। ବିଭିନ୍ନ ଥାନା ପୋଲିସ ୮ଟି ମାମଲାର ସମାଧାନ କରି ୯ଟି ଚୋରି ଓ ଗୋଟିଏ ହଜି ଯାଇଥିବା ମୋବାଇଲ୍ ଉଦ୍ଧାର କରିଛି। ଉଦ୍ଧାର ମୋବାଇଲ୍ ଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକ ତଥା ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଫଳରେ ଚୋରି ହୋଇଥିବା ମୋବାଇଲ୍ ଫେରି ପାଇ ଲୋକେ ଆଶ୍ବସ୍ତ ତଥା ଆନନ୍ଦିତ ହୋଇଛନ୍ତି।

ଛତ୍ରପୁର ଥାନା ପୋଲିସ ୨ଟି ଚୋରି ମାମଲାର ପର୍ଦ୍ଦାଫାଶ କରି ୩ଟି ମୋବାଇଲ୍ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ପୋଲସରା ଥାନା ପୋଲିସ ୪ଟି ଚୋରି ମାମଲାର ପର୍ଦ୍ଦାଫାଶ କରି ୪ଟି ମୋବାଇଲ୍ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୨ ଜଣଙ୍କୁ କାବୁ କରିଛି ପୋଲିସ। ସେହିପରି କବିସୂର୍ଯ୍ୟନଗର ଥାନା ପୋଲିସ ୨ଟି କେସ୍ ସମାଧାନ କରି ୩ ଜଣଙ୍କୁ ଗିରଫ କରିବା ସହ ୨ଟି ମୋବାଇଲ୍ ଉଦ୍ଧାର କରି ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ବିଭିନ୍ନ ଥାନାର ପୋଲିସ ଅଧିକାରୀମାନେ ଲୁଟ ମୋବାଇଲ୍ ଗୁଡ଼ିକୁ ସେମାନଙ୍କ ମାଲିକଙ୍କୁ ଥାନାକୁ ଡାକି ଏସବୁ ହସ୍ତାନ୍ତର କରିଛି। ଏଥିପାଇଁ ମାଲିକମାନେ ପୋଲିସକୁ ସାଧୁବାଦ ଜଣାଇଛନ୍ତି।

Comments are closed.